STORYMIRROR

Sandhyarani dash

Others

3  

Sandhyarani dash

Others

ଗାଁ

ଗାଁ

1 min
126

କେଡେ ମନୋରମ ମୋ ଛୋଟ ଗାଁ ଟି

ତୁଳନା ତାହାର ନାହିଁ,

ଟାଣି ନିଏ ସିଏ ମୋହରି ମନକୁ

ତା ପରିତ କେହି ନାହିଁ।

ସବୁଜ ସୁନ୍ଦର ରୂପ ଲାବଣ୍ୟତା

ବର୍ଣ୍ଣନା କରିବ କିଏ,

ଲାଗେ ସିଏ ମୋର ଅତି ଆପଣର

ତା ମାଟିକୁ ଛୁଇଁ ଦିଏ।

ଆମ ଗାଁ ର ସେହି ନଈର ପଠାରେ

ପନି ପରିବାଟି ଭରେ

କାଶ ତଣ୍ଡି ଫୁଲ ଦୋଳି ଖେଳୁ ଥାଏ

ଚାହିଁ ଦେଲେ ତାକୁ ଦୂରେ।

ବହି ଯାଉଥିବା ନଦୀ ଜଳ ସବୁ

ଦିଶେ ପୁଣି ଝଲମଲ

ଦେହ ସିତଳାଇ ମନକୁ ମୋହଇ

ତା ସମୀର ସୁଲୁ ସୁଲ।

ଦୁଃଖୀ ରଙ୍କିଙ୍କର୍ ଦୁଃଖ ଶୁଣିବାକୁ

ଅଛନ୍ତି ସୁବର୍ଣ୍ଣେ ଶ୍ୱର୍

ସଞ୍ଜ ସକାଳରେ ଦୂରକୁ ଶୁଭଇ

ଘଣ୍ଟ ଶଙ୍ଖର ସେ ସୁର।

ରଜ ଦୋଳ ଅଟେ ପରମ୍ପରା ପର୍ବ

ସହରୁ ଆସନ୍ତି ଧାଇଁ

ସୁଖ ଦୁଃଖ ସବୁ ବାଣ୍ଟି ଥାନ୍ତି ବସି

ସଭିଏଁ ସଭିଙ୍କ ପାଇଁ।

ରହିଛି ଆଜି ମୁଁ ତା ଠାରୁ ଦୂରରେ

ମନ ମୋ ତାକୁ ଝୁରୁଛି

ଗଡ଼ି ଯାଆନ୍ତିକି ତା ମାଟି ଧୂଳିରେ

ଯାହା ମୋ ଭାବନା ଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍