Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Kumar Behera

Others

2  

Akshay Kumar Behera

Others

ଗାଁ ପରମ୍ପରା ସଂସ୍କୃତି

ଗାଁ ପରମ୍ପରା ସଂସ୍କୃତି

1 min
445


ଭାରତ ଭୂମିରେ ଗାଁ ଅତି ସୁନ୍ଦର

ରୂପ ତାର ମନହର,

ସବୁଜିମା କ୍ଷେତ ବଣ ପାହାଡକୁ

ଝରଣା ମଧୁର ସ୍ବର ।୧।


ସ୍ବର ଶୁଭୁଥାଏ ପ୍ରଭାତ ପୂର୍ବରୁ 

ନାନା ଜାତି ପକ୍ଷୀ ରାବ,

ସଧ୍ୟ୍ୟା ଆଗମନେ ଚଉରା ମୂଳରେ

ଘିଅ ଦୀପ ଜଳୁଥିବ ।୨।


କୃଷକ ଶ୍ରମିକ ମିଳିମିଶି ସର୍ବେ

ଏକାଠି କରନ୍ତି ବାସ,

ପୂର୍ବ ପୁରୁଷଙ୍କ ପରମ୍ପରା ମାନି

ଚଳନ୍ତି ହୋଇ ହରଷ ।୩।


ଭାଇଚାରା ଭାବ ହୃଦୟରେ ଧରି

ସବୁ କାମ ଯାନ୍ତି କରି,

ଶ୍ରମିକ ନିଜର କାମ ପାଇଁ ଯାଏ

ଚାଷି ଯାଏ ହଳ ଧରି ।୪।


କୁମ୍ଭାର, କମାର, ବ୍ରାହ୍ମଣ, ବାରିକ

କରନ୍ତି ନିଜର ବୃତ୍ତି,

ଆଉ କେତେ ଜାତି ବଞ୍ଚାଇ ଅଛନ୍ତି

ନିଜର କଳା ସଂସ୍କୃତି ।୫।


ସଂସ୍କୃତି ସତନ୍ତ୍ର ପରିଚୟ ଦିଏ

ଶ୍ରେଷ୍ଠ ଏ ଉତ୍କଳ ଭୂଇଁ,

ସବୁଠୁ ନିଆରା ଲାଗେ ଗାଁ ଟି ଆମ

ଆସିଲେ ପର୍ବ ପୁନେଇ ।୬।




Rate this content
Log in