STORYMIRROR

ZYOTSNA PATRAW

Others

3  

ZYOTSNA PATRAW

Others

ଗାଈ

ଗାଈ

1 min
191

ଆମେ ମାଆ ପିଲା ଦୁହେଁ ବୁଲୁଥିଲୁ 

ଏଇ ପଡିଆରେ ଦିନେ 

ଆସି ପହଂଚିଲା ଏକ ବଡ ଗାଡି 

ତା ସହିତ ବାବୁମାନେ 


ଗୋଡ଼ାଇଲେ ସିଏ ଆମ ପଛେ ପଛେ 

ଖାଇବାକୁ ଦେଲେ ଘାସ 

ଘାସର ଲୋଭରେ ପଡ଼ିଗଲୁ ଯେବେ 

ବେକରେ ବାନ୍ଧିଲେ ଫାସ 


ଫାସ ବାନ୍ଧି ସିଏ ଭିଡି ଭିଡି ନେଲେ 

ବସାଇଲେ ଗାଡ଼ିପରେ 

ପିଲାଟି ମୋହର କାନ୍ଦୁଥିଲା କେତେ 

କଷ୍ଟ ପାଇ ବିକଳରେ 


ଡାକିଲି ପ୍ରଭୁଙ୍କୁ ବିକଳରେ ମୁହିଁ 

ରଖ ରଖ ବୋଲି ମୋତେ 

ସିଏ ଦୁଃଖହାରି ସୁଖର କାରଣ 

ଉଦ୍ଧାର କରିବେ ସତେ 


ନ ଶୁଭିଲା ତାଙ୍କୁ ଆମର କ୍ରନ୍ଦନ 

ନ ଶୁଭିଲା ହମା ରଡି 

ହେ କଳା ଠାକୁର ରଖ ରଖ ବୋଲି 

କଲି ମୁଁ କେତେ ଗୁହାରି 


ଭାବିଥିଲି ପ୍ରଭୁ ଗୋପାଳକ ତୁମେ 

ରକ୍ଷା କରିବ ଆମକୁ 

ହେଲେ ନ ଆସିଲ ଗୋପାଳ ନନ୍ଦନ 

ରଖିବାକୁ ଜୀବନକୁ 


ତୁମେ ଯଦି ମୋର କୃଷ୍ଣ ହୋଇଥାନ୍ତ 

ହୋଇଥାନ୍ତ ନନ୍ଦବାଳ

ରଖିଥାନ୍ତ ଆସି ମୋତେ ମୋ ଛୁଆକୁ 

ରକ୍ଷାକାରୀ କାଳ କାଳ 


କାହିଁକି ହେ ପ୍ରଭୁ ତୁମେ ଶୋଇଅଛ 

ଛପନ ପଉଟି ଖାଇ 

ତୁମ ଗାଈଗୋଠ ଆଜି ଖଣ୍ଡାଧାରେ 

ଯାଉଛନ୍ତି ସବୁ ଶୋଇ 


ରଖ ହେ ପ୍ରଭୁ ଆସ ତୁମେ ଉଠି 

ତୁମ ବଡ ସିଂହାସନୁ 

ନ ହେଲେ ହଜିବ ଲିଭିଯିବ ତୁମ 

ଗାଈଗୋଠ ଏ ଭୁବନୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍