STORYMIRROR

Chittaranjan Nanda

Others

3  

Chittaranjan Nanda

Others

ଗାଆଁ ସ୍ମୃତି ସଂସ୍କୃତି ଝୁରି ହୁଅଇ

ଗାଆଁ ସ୍ମୃତି ସଂସ୍କୃତି ଝୁରି ହୁଅଇ

1 min
175

ସୁଦୂର ପ୍ରସାରୀ ସାଗର ମୋର 

ଦେଶର ଚରଣ ଧୁଅଇ 

ହିମଗିରି ତାର ମୁକୁଟ ଭାଵରେ 

ଅଛି ବିରାଜଇ ।୧।


ଆମ ଏ ଭାରତ ଅଟେ ଏକ ଉନ୍ନତ

 ସଂସ୍କୃତିର ଦେଶ

ଜଗନ୍ନାଥ ଧାମ ମୁଁ ଅଟେ ତାଙ୍କ ଭକତ

 ଓଡିଶା ମୋ ପ୍ରଦେଶ।୨।


କପିଳାସ ସପ୍ତଶଯ୍ୟା ପାଇଁ ପ୍ରସିଦ୍ଧ 

ଢେଙ୍କାନାଳ ଜିଲ୍ଲାରେ

ଜନ୍ମିଅଛି ମୁହଁ ରତ୍ନଶଙ୍କରପୁର ନାମକ

ଶାସନ ଗାଆଁରେ ।୩।


ଜନମିଲେ ମୋ ଦେଶେ ପରା ମହାବୀର 

ରାମକୃଷ୍ଣ ବୁଦ୍ଧ

ରାମଦାସ ଦୟାନନ୍ଦ ତୁକାରାମ ଓ 

ଅନୁକୁଳ ଚନ୍ଦ୍ର ।୪।


କେତେ ସନ୍ତାନ ଜନମି ଦେଶର ନାମ 

ରଖି ଯାଇଛନ୍ତି

ବିବେକାନନ୍ଦ ରାମାନୁଜ ଅରବିନ୍ଦ

ଜ୍ଞାନର ଜ୍ୟୋତି ଜାଳିଛନ୍ତି । ୫।


ଅନେକରେ ଐକ୍ୟ ମୋ ଦେଶ ପ୍ରଦେଶ

 ଓ ଗାଆଁର ସଂସ୍କୃତି

ଗର୍ବ କରେ ମୁଁ ଭାରତୀୟ ସଦ୍ଭାବନା 

ଭାତୃତ୍ୱ ଆମ ନୀତି।୬।


ନଦୀ ନାଳ ପାହାଡ଼ରେ ଭରି ଅପୂର୍ବ 

ଶୋଭା ମୋ ଗାଆଁ ଧରିଛି ବହି

ପାହାଡରୁ ଆସଇ ଝର କୋଇଲିର 

ସ୍ୱର କାନେ କାନେ ବାଜଇ ।୭। 


ତେର ପର୍ବ ପର୍ବାଣୀ ପାଳନ ହୁଏ 

ବର୍ଷର ବାର ମାସରେ

ପ୍ରସିଦ୍ଧି ଆମର ଝାମୁ ଯାତ୍ରା ଦେଖି 

ଫେରୁଥିଲି ଆନନ୍ଦରେ।୮।


କେତେ ଆନନ୍ଦ ଲଭିଥାଏ ମୁଁ ଗାଆଁରେ 

ଶାଗ ପଖାଳରେ 

ପର୍ବ ପର୍ବାଣୀରେ ମନ ଭରେ ଖେଚୁଡ଼ି 

ଡାଲମା ଆରିସା ମଣ୍ଡା କାକରାରେ।୯।


ଗାଁରେ ମେଲଣ ଭାଇ ଭଉଣୀ ସହ 

ଗାଁଆର ସଂସ୍କୃତି ପରମ୍ପରାରେ

ମୋ ଗାଁ ସଂସ୍କୃତି ମନୋହର ଭରା

ନୈତିକତା ସଂସ୍କାରରେ ।୧୦।


ମୋତେ ଗାଆଁ କଥା ସର୍ବଦା ବେଶୀ 

ମୋର ମନେ ପଡ଼ଇ 

ରହିଛି କର୍ମକ୍ଷେତ୍ରରେ ଗାଆଁ ସ୍ମୃତି କିନ୍ତୁ

ମୁଁ ଝୁରି ହୁଅଇ।୧୧।



Rate this content
Log in