STORYMIRROR

Narendra Sahu

Others

3  

Narendra Sahu

Others

ଗାଆଁ ମାଆ ମୋ ପାଇଁ

ଗାଆଁ ମାଆ ମୋ ପାଇଁ

1 min
9.6K



କୋଳରେ ଯାହାର ଜନମ ମୋହର

ଯା କୋଳେ ଜନ୍ମିଛି ମୁହିଁ,

ସେହି ଗାଆଁ ପରା ମୋ ଲାଗି ଯେ ଧରା

ତା ପରି କେହି ନାହିଁ

ସର୍ଗ ତ ଅଟେ ସେହି।


ଶାକ କି ତଣ୍ଡୁଳ ତାର ସ୍ୱଚ୍ଛ ଜଳ

ଦେଇଛି ପ୍ରାଣ ବଞ୍ଚାଇ,

ମାଆ ପରି ମୋତେ ପାଳିଅଛି ସତେ

ମାଆର ମମତା ଦେଇ,

ମାଟି ମାଆ ପରା ସେହି।


ଥିଲେ ବି ବିଦେଶେ ତାର ଛବି ଦିଶେ

ଆସନ୍ତି କି ଥରେ ଧାଇଁ,

କାହିଁ ସ୍ୱର୍ଗପୁର ସମ ହେବ ତାର

ମୋ ଗାଁ ପରି ଗାଆଁ ନାହି,

ସ୍ୱର୍ଗ ବି ତା ସରି ନାହିଁ।


ପୂଜା ବ୍ରତ ପର୍ବେ ସଭିଏଁ ପାଳିବେ

କାନ୍ଧରେ କାନ୍ଧ ଲଗେଇ,

ରାଗ ରୁଷା ଭୂଲି ଯିବେ ସବୁ ଚଳି

ଜଣକୁ ଜଣେ କୋଳେଇ,

ମନରେ ମନ ମିଶେଇ।


ବଡ ହେଲା ପରେ ଗାଆଁ ଠାରୁ ଦୂରେ

ରହିଣ ପାଠ ପଢଇ,

ତାହାରି ନାଆଁକୁ ଉଚ୍ଚେ ରଖିବାକୁ

ଦେବି ଜୀବନ ଲଗେଇ,

ମାଆ ପରା ମୋର ସେହି।


କାଳର ଗତିରେ ବଦଳିଛି ଧୀରେ

ଗାଆଁର ସୌନ୍ଦର୍ଯ୍ଯ ଛଇ,

ତଥାପି ଭୂଲିନି ଗାଆଁର ଚାନ୍ଦିନୀ

ଗଲେ ବି ଯେତେ ପୁନେଇଁ,

ଗାଆଁ ପରା ମା ମୋ ପାଇଁ।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍