STORYMIRROR

Purna chandra Rana

Others

3  

Purna chandra Rana

Others

ଗାଆଁ ଗହଣା

ଗାଆଁ ଗହଣା

1 min
9.6K




ମୋ ଗାଆଁ ସକାଳ କେଡେ ନିରିମଳ

ସୁରୁଜ ଦେଖିଲେ ଯାଏ ଲାଜେଇ,

ମୋ ଗାଆଁର ସଞ୍ଜ ଗୋଧୂଳିର ରଜ

ଜହ୍ନ ଆଣି ସାଥେ ଦିଏ ସଜେଇ l୧


ପୂରୁବ ଆକାଶେ ଆସେ ଯେବେ ରବି

ମୋ ଗାଆଁରେ ଦିଏ କିରଣ ବିଞ୍ଚି,

ପୂର୍ଣ୍ଣିମାର ସେଇ ଲାଜେଇ ଚନ୍ଦ୍ରମା

ଶୀତଳ କିରଣ ଦିଏ ତ ଛିଞ୍ଚି l୨


ଗାଆଁ ଚତୁଃପାର୍ଶ୍ୱ ତରୁ ଲତା ସଜ

ସ୍ରଷ୍ଟାଙ୍କର ମୋ ଗାଁ ଅଗ୍ରିମ ଦାନ,

ମୋ ଗାଆଁରଲୋକ ଅତିବ ସରଳ

ରଖନ୍ତି ସଭିଏଁ ସିଏ ସମ୍ମାନ l୩


ମୋ ଗାଆଁରେ ଯେବେ ହୁଏ ତ ପରବ

ସଭିଙ୍କର ରହେ ସୁ ଯୋଗଦାନ,

ମୋ ଗାଆଁରେ ସିନା ରୁହନ୍ତି ଗରିବ

କିନ୍ତୁ ସେମାନଙ୍କ ମନ ମହାନ l୪


ଶୁଭ ସକାଳରେ ମନ୍ଦିର ପ୍ରାଙ୍ଗଣେ

ଶୁଭେ ଶଙ୍ଖ ନାଦ ଖୋଳ କୀର୍ତ୍ତନ,

ସଞ୍ଜ ଆଳତୀରେ ଚଉଁରା ପାଖରେ

ଶୁଭେ ହୁଳହୁଳି ଓ ମନ୍ତ୍ର ଗାନ l୫


ବିଦ୍ଯାଳୟ ପାଖେ ଖେଳ ପଡିଆରେ

ହୁଏ ଖେଳକୁଦ ଭଳିକି ଭଳି,

ହାରିବା ଜିତିବା ଦିଏ ଯେ ଆନନ୍ଦ

ପଡିଆରେ ପୁଣି କେତେ କାକଳି l୬


ମୋ ଗାଆଁ ଗହଣା ମୋ ପାଇଁ ପ୍ରେରଣା

ନାହିଁ ଅଳଙ୍କାର ସଜେଇବାକୁ,

ଯେତେ ସଜେଇଲେ ସଜେଇ ପାରୁନି

ଚାହୁଁନି ଗାଆଁକୁ ହଜେଇବାକୁ l୭


ପୂର୍ଣ୍ଣଚନ୍ଦ୍ର ରଣା

ହାଟସିଂହାପୁର, ଯାଜପୁର

ମୋ. ୮୮୭୨୯୦୭୦୮୬


Rate this content
Log in