Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

2  

Niranjan Sahu

Others

ଏଠି ସମସ୍ତେ ଅଳିଆ ଗଦା

ଏଠି ସମସ୍ତେ ଅଳିଆ ଗଦା

1 min
283


ଦୂରକୁ ସୁନ୍ଦର ପାହାଡ଼ ପର୍ବତ

ପାଖେ ଗଲେ କଣ୍ଟାବୁଦା

ସରକାରୀ ଯୋଜନା ବାହାରେ ଚିକଣ

ଭିତରେ ଅଳିଆ ଗଦା,


ଯୋଜନା ସବୁ ହଡ଼ପ ହେଉଛି

ଏଠି ଯୋଜନା ଗଦା ଗଦା

ଭୋଟର ବାପୁଡା ବଲ ବଲ ଚାହେଁ

ଦେଶ ହୋଇଲାଣି ପଦା


ଟଙ୍କାରେ ଚାଉଳ ଭାତ ଡାଲମାରେ

ଭୋଟର ହୋଇଲା ଫିଦା

ମନ୍ତ୍ରୀ,ଯନ୍ତ୍ରୀ,ତନ୍ତ୍ରୀ ସବୁ ଖାଇଗଲେ

ଦେଶ ହୋଇଗଲା ପଦା


କାହାକୁ କହିବା ଗୁହାରି ଆମର

ସମସ୍ତେ ଏଠାରେ ଦାଦା

ଭୋଟ ଗୋଟାକ ଦେଇକରି ଆମେ

ହୋଇଗଲେ ସବୁ ବୋଦା


କାହାକୁ କହିବା କିଏବା ଶୁଣିବ

କହିଲେ ପାଇବ ଶୋଦା

ଚୁପ ଚାପ ସବୁ ଅନ୍ଧ ହୋଇଗଲେ

ଏଠି ସମସ୍ତେ ଅଳିଆ ଗଦାଗଦା !


Rate this content
Log in