ଏତିକି ମୋହର ଅଳି
ଏତିକି ମୋହର ଅଳି
1 min
344
ବନ୍ଧୁଟିଏ ଲୋଡ଼ା ଜୀବନ ପଥରେ
ଦୁଃଖ ସୁଖ ହେବା ପାଇଁ
ଜୀବନରେ ଯଦି ବନ୍ଧୁଟିଏ ନାହିଁ
ଜୀବନର ମାନେ ନାହିଁ,
ଭଲ ବନ୍ଧୁଟିଏ ସାଥିରେ ଥିଲେ
ଜୀବନଟା ସୁଖମୟ
ଖରାପ ବନ୍ଧୁଟେ ସାଥେ ରହିଗଲେ
ଜୀବନଟା ଦୁଃଖମୟ
ବନ୍ଧୁକୁ ଚିହ୍ନି ବନ୍ଧୁ କରିଲେ
ଡର ଭୟ କିଛି ନାହିଁ
ଏଣୁ ତେଣୁ ବନ୍ଧୁ ନିଜର କରିଲେ
ଅକାଳେ ମରିବ ସେହି
ହାତ ବଢ଼େଇଲେ ବନ୍ଧୁ ମିଳିବେ
ସ୍ୱାର୍ଥପର ଭଳି କି ଭଳି
ଭଲ ବନ୍ଧୁଟିଏ ସାଥିରେ ରଖିବ
ଏତିକି ମୋହର ଅଳି
