ଏସନ ରଜ
ଏସନ ରଜ


ଏସନ କୁନି
ଗୁମ୍ ହୋଇ ମନ ମାରି ବସିଛି
ଦୋଳି ଲଗାଅ ବୋଲି
ମୁଣ୍ଡ ଖାଉନି
ଗୀତ ଖାତା ଖୋଜୁନି
ପାନ ଖାଇବା ପାଇଁ
କୁରୁଳି ଉଠୁନି
କି ମୋର ଏଇଟା ଜାମା
ସେଇଟା ଜାମା
ହେବ ନାହିଁ ବୋଲି
ଜିଗର କରୁନି।
ଏସନ ରଜରେ କୁନି
ମାମୁଁ ମାଇଁ କି ମାଉସୀ କି ସାଙ୍ଗ ଘର
ବୁଲି ଯିବାକୁ ଅଡି ବସୁନି
ପୋଡ଼ ପିଠାରେ କାଜୁ କିସ୍ ମିସ୍ ପକା କହୁନି
ତା ମୁହଁ କାନ୍ଦ କାନ୍ଦ।
ବାବା! ମୋ ସାଙ୍ଗ ମିତାଘରେ
କିଛି ଖାଇବାକୁ ନାହିଁ
ସେମାନେ ଏଇ ଏଇ ସୁରଟରୁ ଆସି
କ୍ୱାରେଣ୍ଟାଇନ୍ ଗୃହରୁ ଫେରିଛନ୍ତି
ସେ ଉପାସରେ
ମୁଁ କେମିତି ପାଳିବି ରଜ ଖୁସି ବାସି ରେ ବାବା!!
ବାବା ତୁମେ କଣ କରୋନାକୁ ମାରି ପାରୁନ?
ଏ କ ରୋନା ଥିବାରୁ ସିନା
ମୁଁ ଏକା ଏକା ଦୋଳି
ଘରେ ରହି ଖେଳିବି
ବହାରକୁ ଯାଇ ପାରିବିନି
ମିତା ଘରେ ସିନା ଖାଇବାକୁ ନାହିଁ ।
ମୁଁ କାବା
<p>ସାତ ବରଷର କଅଁଳ ମୁହଁରୁ
ଏ କଥା ଶୁଣି
କିଛି ଚାଉଳ,ଡାଲି ଓ ପରିବା ନେଇ
ମିତା ଘରେ ଦେଇ ଆସିଲାରୁ
ସେ ଟିକେ ମୂର୍କି ହସିଲା
କାଲି ପହିଲି ରଜରେ ମିତା ଘରକୁ
ପୋଡ଼ ପିଠା ଦେବା କହିଲା
ମାଂସ ତରକାରୀ ବି ମାଆ
ମିତା ଘରେ ଦେବ
ସେ ତାଙ୍କ ପିଣ୍ଡାରେ
ମୁଁ ଆମ ବାରଣ୍ଡାରେ ବନସ୍ତେ ଡାକିଲା ଗଜ:-
ନାଇଁ ନାଇଁ ଗଜ ତ କାନ୍ଦୁଛି ବାପା
ତା ସହ ତା ଛୁଆକୁ ଆମେ
ସପୁରୀରେ ବାଣଦେଇ ମାରିଛୁ ବା
ଅନ୍ୟକୁ ଦୁଃଖ ଦେଇ ଆମେ
ଖୁସି ହେଉ କି ବାବା?
ସେ କଣ ଆଉ ଡାକିବ ନା
ରଜ ଦୋଳି କଟ କଟ ହେବ?
କୁନି
ମୋତେ ପଚାରୁଛି
ବାବା କିଏ ବଳିୟାନ୍
ଗଡ୍
ମଣିଷ
ନା କ ରୋନା?
ଏସନ ରଜରେ ମୁଁ
କୁନିର ଏଇ ପ୍ରଶ୍ନ ବାଣ ର
ନିଦାନ ଖୋଜୁଛି
ରଜ ମଉଜ ପାଣିଚିଆ ଲାଗୁଛି
କିଛି ପାକସ୍ଥଳୀ ଡାକ
କାନେ ପ୍ରତି ଧ୍ୱନିତ ହୋଇ
ପୋଡ଼ପିଠା ବିନା ଗୁଡ଼ର
ସ୍ୱାଦ ଚଖାଉଛି।