Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Others

3  

Kulamani Sarangi

Others

ଏମିତି କିଏସେ.....

ଏମିତି କିଏସେ.....

1 min
11.8K


ଏମିତି କାହାର ସ୍ମୃତି ନାହିଁ ଜୀବନରେ,

ଜୀବନକୁ ଯାହା ସଦା ବିଚଳିତ କରେ !!

ହେଉ ସିଏ ଅବା ଫୁଲ ହେଉ ଅବା କଣ୍ଟା,

ରହି ରହି ସ୍ନାୟୁ ସହରରେ ତାହା ଘୂରେ।।

ଏମିତି କାହାର ସ୍ବପ୍ନ ନାହିଁ ଜୀବନରେ,

ହାତପାଖେ ଥାଇ ପଳାଇ ଯାଇଛି ଦୂରେ,

ଆଖିରେ ସଜାଇ ଇନ୍ଦ୍ରଧନୁର ରଙ୍ଗ,

ଉଭେଇ ଯାଇଛି ସକାଳର କିରଣରେ।।

ଅଛନ୍ତି ଅନେକ ଇଚ୍ଛା କରି ଜୀବନରେ,

ବିତାଇବା ପାଇଁ, ସାରାଜୀବନ ତୃପ୍ତିରେ

ମିଳିଥାଇପାରେ ଶାନ୍ତି ଜୀବନେ ତୃପ୍ତି

ରହିଛି ଜହ୍ନ ହୋଇ ଆକାଶରେ।।

ଏମିତି କିଏସେ ସବୁ ପାଇଛି ଜୀବନେ?

ଏମିତି କିଏସେ ସବୁ ହାରିଛି ଜୀବନେ ? 

କିଛି ବି ତ ସୁଖ ଲଡୁ ଖାଇ ମରିଛନ୍ତି ,

କିଛି ମଧ୍ୟ ଦୁଃଖ ଲୁହ ପିଇ ବଞ୍ଚି ଛନ୍ତି !

ଏମିତି କିଏ ସେ ଅଛି ଜନ୍ମ ହେଲାବେଳେ

ଜନନୀ ଗର୍ଭରୁ ମୁକୁଟ ପିନ୍ଧି ଆସିଛି ?

ଏମିତି କିଏ ବା ଅଛି ମୃତ୍ୟୁ ସମୟରେ

କଣ୍ଟେସା ଗାଡିରେ ଯମ ପୁରକୁ ଯାଇଛି !

ଏମିତି କିଏସେ ଜୀବନ ସାଥୀର ହାତ

ଧରି ଧରି ଗୀତ ଗାଇ ଗାଇ ସାରିଛି ଫେରନ୍ତା ଯାତ୍ରା ? ଦେଖି ତା ଉପାଧି ସ୍ରଷ୍ଟା ଆନନ୍ଦରେ

କରିଛନ୍ତି ତାକୁ ନିଜ ପରାମର୍ଶ ଦାତା ?


Rate this content
Log in