STORYMIRROR

Nibedita Mishra

Others

4  

Nibedita Mishra

Others

ଏକାକୀ ଜୀବନ ପଥେ

ଏକାକୀ ଜୀବନ ପଥେ

1 min
394


ଏକାକୀ ଏ ପଥେ ମିଳନ୍ତି ଅନେକ ଲୋକ

ମନେ ରହନ୍ତି କିଛି ଭୁଲିଯାଆନ୍ତି ଅନେକ।


ଚାଲିବାକୁ ହୁଏ ସଭିଙ୍କୁ ଏ ପଥେ ଏକାଏକା

ଅଜଣା ଅଚିହ୍ନା ଚେହେରା ହୁଅନ୍ତି ଯଦିଓ ଦେଖା।


ବାହୁଡି ଯାଆନ୍ତି ସେ ସବୁ ନିଜ ନିଜର ପଥେ

ସରିଗଲା ପରେ ସେମାନଙ୍କ ଅଭିନୟ ଜଗତେ।


ତଥାପି କିଛି ଚାଲିଗଲା ପରେ ରହିଯାଏ ଶୂନ୍ଯସ୍ଥାନ

ଝୁରିହୁଏ ସେମାନଙ୍କୁ ସଦା ସର୍ବଦା ପ୍ରତିକ୍ଷଣ ଏ ମନ।


ଯଦିଓ ସେମାନଙ୍କ ସହ ଆମେ ରହୁ ଖୁବ ଅଳ୍ପ ସମୟ

ସେମାନେ କିନ୍ତୁ ଗଲାବେଳେ ଚୋରାଇ ନିଅନ୍ତି ହୃଦୟ।


ଯେବେ ଯଦି ଏକାକୀ ନିରୋଳାରେ ବସି ଭାଳେ ଏହି ମନ

କିଏ ନିଜର କିଏ ପର,ଲାଗେ ମିଛମାୟାରେ ବାୟା ଜୀବନ।


ସେତେବେଳେ ଲାଗେ ଏଠି କେହି ନୁହନ୍ତି କାହାରି ଭାଇ

ଜୀବଥିବା ଯାଏଁ ହିଁ ଏକା ନିଜର ଅଟେ ନିଜ ଛାଇ।


ତେଣୁ ଏକାକୀ ଜୀବନ ବଞ୍ଚିବା ଅଟେ ସବୁଠୁ ସୁନ୍ଦର

ଜୀଁ ଥିବା ଯାଏଁ ସବୁ ନିଜର ମରିଗଲା ପରେ ଆତ୍ମା ଅମର।


ତେଣୁ ହେ ମାନବଜାତି ବିଭୁ ପାଦ ତଳେ ନିଜକୁ ସମର୍ପି ଦିଅ

ତାକୁ ସାଥି କଲେ ଆଉ ନ ରହିବ ଏକାକୀ ଜୀବବନର ଭୟ।


ବାଟ କଢାଇ ନେବ ସେହି ସବୁ ପ୍ରତିକୂଳ ପରିସ୍ଥିତି ସମୟେ

ତାପରି ସାଥି କିଏ ଆଉ ନମିଳିବେ ଏ ମର୍ତ୍ତ୍ଯ ମଣ୍ଡଳେ ପ୍ରାୟେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍