ଏକାକି ଜୀବନ
ଏକାକି ଜୀବନ
ଆସିଥିଲି ଏକା ଯିବି ମଧ୍ଯ ଏକା
ଏହା ସଂସାରରେ ସତ୍ଯ
ତଥାପି ମୋ ପରି ହୀନିମାନ କେହି ନ ଥିବେ ସଂସାରରେ
ଯିଏ ଜନ୍ମ ହେବା ପରେ ଅଳିଆ ଗଦାରେ
ବାପା ଅବା ମାଆ କିଏ
ଜାଣିବାର ଅବସର ହିଁ ନାହିଁ
ଜାଣିବି କେମିତି?
ସେମାନେ ତ କାମନାରେ ସରସର ଖେଳୁଥିଲେ ସମୁଦ୍ର ଭିତରେ ତ
ହଠାତ୍ ନାବ ବୁଡି଼ଗଲା
ଗଳି ପଡି଼ଥିଲି ସଂସାର ହାଟରେ।
ମୁଁ ପିଇ ନାହିଁ ମାଆଙ୍କ ଅମୃତ
ଯାହା ଦୀର୍ଘ ଭବିଷ୍ଯତ ହୋଇଥାନ୍ତା
ସମାଜ ତାକୁ ଗ୍ରହଣ କରି
ମାନିଥାନ୍ତା ଉତ୍ସବ
ଯେମିତି କୃଷ୍ଣଙ୍କ ଜନ୍ମରେ ସ୍ବର୍ଗର
ଦେବଦେବୀ
ବଡ଼ ଧୂମ ଧାମରେ ପାଳିଥିଲେ ଆନନ୍ଦିତ ହୋଇ।
ମୁଁ ତ ଜାରଜ ଗୋଟେ ପରିତ୍ଯକ୍ତ ଶିଶୁ
ଛୁଇଁଲେ ଛୁଆନ୍ତି ପରି
ଦେହ ଆଉ ମନ
ସେ ଦିନ ମଣିଷ ନୁହେଁ ପଶୁଟିଏ ରକ୍ଷା ପାଇଁ
ଜଗି ବସିଥିଲା କେଉଁ ହିଂସ୍ରଙ୍କ ଦାଉରୁ।
ମୋର ସଂସାରରେ ଆବଶ୍ଯକ ଅଛି ବୋଲି କି
ବଞ୍ଚାଇ ରଖିଛନ୍ତି ଏ ଭବ ସାଗରେ
ପୋଲିସଙ୍କ ହେପାଜତରେ ଆଜି
ଅଳିଆ ଗଦାରୁ ଅନାଥାଶ୍ରମକୁ।
ଏକାକୀ ଜୀବନେ ରହିବାର ଦୁଃଖ
ଯିଏ ଅଙ୍ଗେ ଲିଭାଇଛି
ସେ ହିଁ ବୁଝିବ
ଜୀବନର ନୌକା କୁଆଡେ଼ ଯିବ
ସ୍ବର୍ଗ,ନର୍କ ନା ସଂସାରରେ ରହି
ଶୁଣିବାକୁ ହେବ ଜାରଜର ଅପବାଦ।
ଏକାକୀ ରହିବା ଅଭିଶାପ
ଗୋଟେ ଈଶ୍ବରଙ୍କ ଛଳନା
ନା ନିତି ମରିମରି ବଞ୍ଚିବାର ଅମୃତମୟ ସୁଖ
ଠେଲୁଠେଲୁ ଠେଲି ଦେଇଥିବା ସିଏ
ଅବା ଈଶ୍ବର ହିଁ ଜାଣିଥିବେ
ଏକାକୀ ଜୀବନେ ରହିବାର ଧର୍ମ ଆଉ କର୍ମ।