STORYMIRROR

Prabhati Mahapatra

Others

4  

Prabhati Mahapatra

Others

ଏକାଗ୍ରତା

ଏକାଗ୍ରତା

1 min
166

ଆମର ଏକାଗ୍ରତା ପଞ୍ଚୁ ପାଣ୍ଡଙ୍କ ଶକ୍ତି

ଦୁର୍ଯ୍ୟୋଧନର କୁଟନୀତି ଏଠି ବିଫଳ

ହଜାର ହଜାର ଅଶ୍ଵ ଗଜ ଶକ୍ତି କ୍ଷୀଣ,

ଆମେ ପାଞ୍ଚୋଟି ଆଙ୍ଗୁଠିର ଗୋଟିଏ ମୁଠା

ପାଞ୍ଚ ପ୍ରାଣ କ୍ଷମତାରେ ଆମର ଜୀବନ ।

ସତ୍ୟ, ନ୍ୟାୟ, ଧର୍ମ , ଜ୍ଞାନ , ସଂଯମତା

ଆମର ମୂଳମନ୍ତ୍ର

ପଞ୍ଚେନ୍ଦ୍ରିୟକୁ ଆୟତ୍ତେ ରଖି 

ଆମେ ଏ ଦେଶର ପଞ୍ଚରତ୍ନ ,

ନିଝୁମ ରାତିର ବର୍ଷା 

ଉତ୍ତାଳ ତରଙ୍ଗ କିବା ନିଦାଘ ଉତ୍ତାପର

ଲାଲ ଚକ୍ଷୁକୁ ଭୟ ନାହିଁ ।

ଆମର ଶକ୍ତି ସାହାସ ବଳେ 

ଶତୃ ଦୂରତା ମାପି

ଆକ୍ରମଣ ପଦକ୍ଷେପର ପଥ ଭୂଲି ଯାଏ।

ଆମେ ସୃଷ୍ଟିକରୁ ପାଷାଣ ଦେହରେ ଫୁଲ

ଦୂର ଗଗନରୁ ତୋଳି ଆଣୁ ଜହ୍ନ ତାରା

ଆମରି ଏକତା ଦେଶକୁ କରିଛି ଋଦ୍ଧିମନ୍ତ ।

ସ୍ଵଚ୍ଛତା ପରିବେଶ ପ୍ରମୂଖ ପଦକ୍ଷେପ

ଏକ ଜାତି ଏକ ପ୍ରାଣ 

ଏକ ଭାଷା ଏକ ଲକ୍ଷ୍ୟ

ଏହି ଆମରି ସଂଗଠନର ନିର୍ମଳ ଉଦ୍ଦେଶ୍ୟ....।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ