ଏକାଦଶ ଅବତାର
ଏକାଦଶ ଅବତାର
ଆଶା-ଆକାଂକ୍ଷାର ଧୁଳି-ଝଡ଼ ଭିତରେ
ପୋତି ହୋଇଗଲା କେତେ ସ୍ବପ୍ନର ଘର ,
ଭାଗ୍ଯ-ଭବିଷ୍ୟତର ମରୁଭୂମିଟା
ପରିଚୟ ଖୋଜୁଛି ହୋଇ ବାର-ଦୁଆର ।
ରୁକୁଣା ରଥ ସେ ଅଣଲେଉଟା
ପଡ଼ିନାହିଁ ଫେରିବାର ପଦ ଚିହ୍ନ-ଗାର,
ରାଧିକା ମନ ନେଇ ଚାହିଁ ରହିଛି ସେ
ସତେ କି ଫେରିବେ କାହ୍ନୁ-ତା' ପରମେଶ୍ବର।
ପ୍ରତିଧ୍ବନିତ ହୁଏ ଖାଲି କେତେ ଅସହାୟଙ୍କ
ହା-କଷ୍ଟ ହା-କଷ୍ଟ କରୁଣ ଚିତ୍କାର,
ଇଛା ଥାଇ କିଛି କରିବାର ଶକ୍ତି ପାଏନି
ହୋଇ ଯାଏ ସ୍ଥାଣୁ-ଅଥର୍ବ-ନାଚ଼ାର।
ହେ ଈଶ୍ୱର, ତୁମେ କିବା ଶୁଣ ନାହିଁ
କେତେ ଦୀନ-ଦୁଃଖିଙ୍କ ହା-ହା କାର,
ଯାହା ମୁଁ ପ୍ରତି ମୁହୁର୍ତ୍ତେ ଶୁଣି ପାରୁଛି
ଏହି କାନେ ମୋର ବାରମ୍ବାର।
ଆଉ ଥରେ ମାତ୍ର ଓହ୍ଲାଇ ଆସ
ହେଉଛି କେତେ ଅନ୍ଯାୟ-ବ୍ଯଭିଚ଼ାର,
ଅଧର୍ମକୁ ବିନାଶି ଧର୍ମର ପ୍ରତିଷ୍ଠା ପାଇଁ
ନିଅ ତୁମେ ଏକାଦଶ ଅବତାର।
