Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Others

5.0  

Anam Charan Sahoo

Others

ଏକା ମୁଁ ରାଜା

ଏକା ମୁଁ ରାଜା

1 min
208


ଅସାର ମହୀରେ ଏକା ମୁଁ ରାଜାରେ

ଅଟଇ ମାନବ ଜାତି

ନିଜ ବୁଦ୍ଧିବଳେ କଳ କଉଶଳେ

ସଂସାରେ ଚଳଇ ନିତି ।

ଜିଣିବାର କଳା ମୋତେ ସବୁ ଜଣା

ହାରିବା ଜାଣିନି ମୁହିଁ

ପ୍ରତିକୂଳ ସ୍ଥିତି ଅବା ନିମ୍ନଗତି

ରୋଧି ନ ପାରନ୍ତି କେହି ।

ସେନେହ ପ୍ରୀତିରେ ଅବା ବାହୁବଳେ

ଉଡାଏ ବିଜୟ ନେତ

ଜିହ୍ବା ମୋର କିଣେ ଜିହ୍ବା ମୋର ହାରେ

ବିଜୟ ଦ୍ବାର ସେହିତ ।

ଦେଇ ନିଜ ଶ୍ରମ କରି କାରୁ କାମ

ପୃଥିରେ ଭରିଛି ଶୋଭା

ବିଷାଦିତ ମନ ହୁଅଇ ପ୍ରଫୁଲ୍ଲ

ନୟନେ ଦେଖି ତା ଆଭା ।

ସଭିଙ୍କୁ ଆଦରେ ମୋହିବୁ ସେବାରେ

ମରତ ହୋଇବ ସ୍ବର୍ଗ

ବିଭୂଙ୍କ ଆଶିଷ ପାଇ ହେବୁ ତୋଷ

ମିଳିଯିବ ଚତୁଃବର୍ଗ ।


Rate this content
Log in