ଏକ ଶୀତ ସକାଳର ସ୍ପର୍ଶ
ଏକ ଶୀତ ସକାଳର ସ୍ପର୍ଶ
ସକାଳ ର ଶିତୁଆ ପବନ
ଏକ ସମ୍ମୋହନ ଓ ବିଷର୍ଣ୍ଣ।
ନୂଆ କରି ଶୀତ ଦେଖି
ଜକେଇଯାଏ କଅଁଳ ଛୁଆ ଟି
ମା 'କାଖ ଉଷ୍ମତା ରେ
ଭିଡିଧରେ ଲୁଗାକାନି
ଜୁଳୁଜୁଳୁ ଆଖି ଦିଓଟି ରେ
ଲୁଚାଇଦିଏ ଶୀତ ।
ସକାଳ ର ଶୀତ ପରଶା
ନିଦ ରୁ ଉଠିଲେଣି
ଜରି କାଗଜ ତଳେ
ଶୋଇଥିବା ପିଲା ଦୁଇଟି,
ରାସ୍ତା କଡରେ ଠିଆ ହୋଇ
ବୋଳିହେଲେ ସେନେହ
କଅଁଳ ଖରା ର।
ଟେବୁଲ ଉପରେ ନିମନ୍ତ୍ରଣ ପତ୍ର
ବିବିଧ ରଙ୍ଗ ର
ବିବାହ-ପର୍ବ କେଉଁ ସବୁ
କୁମାର -କୁମାରୀଙ୍କର।
ଚାରିଆଡ଼େ କାଲୁଆ ପବନ
ଠାଏ ଠାଏ ଓଦା ଲାଗେ
ଖବରକାଗଜ,
ଅଦିନିଆ ବର୍ଷା ଭିଜା
ଉଜୁଡା ଫସଲ ଦେଖି
ଚାଷୀ କାନ୍ଦେ।
ଶୀତ ଥରାଏ
ପଞ୍ଜରା ହାଡ଼
କମ୍ପିଉଠେ ହୃଦୟ
କାନ୍ଦି ଉଠେ ମନ
କଷ୍ଟ ହୁଏ ସହିବାକୁ
ଜାଡ ରେ ଜଡ ପାଲଟିଥିବା
ଜୀବନ ଟି ପାଇଁ ।
ସହଜରେ ଭୁଲିହୁଏ ନାହିଁ
କାକରିଆ ଅନୁଭବ ଯେତେ
ଏଇ ଶୀତ ସକାଳ ର ।
