ଏକ ନିରବ ସନ୍ଧ୍ୟାର ଚିତ୍ର
ଏକ ନିରବ ସନ୍ଧ୍ୟାର ଚିତ୍ର
ସଂନ୍ଧ୍ୟା ତାରା ଫୁଟିଲାଣି ଆକାଶ ମଣ୍ଡଳେ
ଡାଆଣିଆ ଖରା ରଙ୍ଗ ସ୍ଵର୍ଣ୍ଣ କିରଣରେ ।
ଗୋଧୂଳି ଲଗ୍ନ କନକ ରେଣୁ ବୁଣିବୁଣି
ରବି ଦିଗାଙ୍ଗୀ କୋଳରେ ବୁଡି ତ ଗଲେଣି ।
କୁଜନେ କୁଜନ ଶବ୍ଦେ ଆନନ୍ଦେ ମହୀରେ
ନାଚି ନାଚି ସଂଞ୍ଜ ଆସେ ସଂଞ୍ଜବତୀ ଧାରେ
ସଂନ୍ଧ୍ୟା ତାରା ଫୁଟିଲାଣି ।
ନିଶାପତି କୋଟି ରତୀପତି ରୂପନେଇ
ଉଦୟ ଶୂନ୍ୟ ଦେଶୁ କି ଝରେ ରୂପା ନଈ ।
ହସି ହସି ସରସୀ ରେ ଜହ୍ନ ପ୍ରତିବିମ୍ବ
ଦେଖି କୁମୁଦ ବିଭୋର କୁମୁଦ ବାନ୍ଧବ ।
ବହଇ ମନ୍ଦ ହିଲ୍ଲୋଳ ଧୀର ମନ୍ଦ ଗତି
ସେ ଗତି ଶୁଣାଏ ସଂଞ୍ଜ ଆଳତୀର ଘଣ୍ଟି ।
ଢଳ ଢଳ ସୁନିର୍ମଳ ସରସୀର ଜଳେ
ଢଳି ଢଳି ବିଚିମାଳେ କୁମୁଦିନୀ ଖଳେ
ସଂନ୍ଧ୍ୟା ତାରା ଫୁଟିଲାଣି ।
•
ଚକୁଆ ଚକୋଇ ରବ ବିରହ ବଇଁଶୀ
ଅଦୂରୁ ଶୁଭଇ ସଂଞ୍ଜ ହେଲାଣି ତ ଆସି ।
ଶିବାରବେ କିଆମାଳ ଗୋହିରୀ ଭିତରୁ
ପେଚକ ରାବଇ ବୁଲେ ବାଦୁଡ଼ି ବସାରୁ ।
ଶାଳିଆ ପତନି, ଓଧ ଚାଳେ ନଦୀକୂଳେ
ଚେମେଣୀ ଚଢ଼େଇ ମଶା ଖାଏ ସଂଞ୍ଜ ବେଳେ
ସଂନ୍ଧ୍ୟା ତାରା ଫୁଟିଲାଣି ।
•
ଧୀରେ ଧୀରେ ମାଡି ଆସେ ନିଶା କାଳରାତ୍ରି
ଅଚେତନ ରାତି ତନ୍ଦ୍ରା ମହମୋଦେ ମାତି ।
ସଂଞ୍ଜରୁ ରାତି ହୋଇଲା ପ୍ରଫୁଲ୍ଲ ମନରେ
ତୁମ ନାମ ଉଚ୍ଚାରିତ ହେଉଛି ଠାକୁରେ ।
ସଂନ୍ଧ୍ୟା ତାରା ।
