Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

4  

Prasanta kumar Hota

Others

ଏକ ନିରାଡମ୍ବର ପ୍ରେମ କଥା

ଏକ ନିରାଡମ୍ବର ପ୍ରେମ କଥା

6 mins
306


ସୁବଳର ରାତି ଅଧରେ ଯେତେବେଳେ ପରିଶ୍ରା ପାଇଁ ନିଦ ଭାଙ୍ଗିଗଲା ଓ ଉଠି ବାଥରୁମ ଆଡେ ଗଲେ, ଦେଖିଲେ ଝରକାଟା ଖୋଲା ଅଛି। ତୁରନ୍ତ ବାଥରୁମରୁ ଆସି ଝରକାର ଗୋଟିଏ ପାଖ ହାତ ଗଳେଇ ଟାଣିଲେ। ଭଲ କରି ଗେଟ୍ ପାଖରେ ନଜରଟା ପଡୁ ପଡୁ ଦେଖିଲେ କିଏ ଗୋଟେ ଲୁଚିକି ବସିଲା ପରି ବସିଛି। ମନଟା ବିଚଳିତ ହେଇଗଲା। ଚୋର ଏଠିକି କଣ ପାଇଁ ଆସିବ। ତାଙ୍କ ଘରେ ତ କିଛି ନାହିଁ। ଦାମି ଜିନିଷ ଭିତରେ କେବଳ ମଟରସାଇକେଲ ଟି ଆସିବ ଆଉ ମୋବାଇଲ। ଆରେ ଇୟେ ତ ଝିଅ ପିଲାଟେ। ସୁବଳ ଭଲ କରି ଦେଖିଲେ। ତାଙ୍କ ମୁଣ୍ଡ ଆହୁରି ଖରାପ୍ ହେଇଗଲା।


ଇୟେ ଏଠି କାହିଁକି ଲୁଚିଲା ପରି ବସିଛି। ଭଲ କରି ଥରେ ଦେଖିବାକୁ ମୋବାଇଲରେ ଟର୍ଚ୍ଚ ଅନ୍ କରିବାକୁ ଉଦ୍ୟତ ହେଲେ, କିନ୍ତୁ ପର ମୁହୂର୍ତ୍ତରେ ଭାବିଲେ ଯଦି ଡରିଯାଇ ଦୌଡ଼ି ପଳେଇବ ତାହେଲେ ବିଚରା ମହରଗରୁ ଯାଇ କାନ୍ତାରରେ ପଡିବନି ତ! ଘର ଭିତରକୁ ଡାକିଦେଲେ ଆସିବ ତ। ତା ମନରେ ମୋ ପାଇଁ ବି ଭୟ ଥାଇପାରେ। ଝିଅ ଟିକୁ ଦେଖିଲା ପରେ କିନ୍ତୁ ସୁବଳଙ୍କର ଆଉ ଶୋଇବା ପାଇଁ ଇଚ୍ଛା ହେଲା ନାହିଁ। ନିରାଶ୍ରୟା ଝିଅଟିକୁ ଛାଡି କେଉଁ ମାନବିକତାରେ ସେ ଶୋଇବେ। କିଛି ଅଘଟଣ ହେଲେ ସେ ନିଜକୁ କ୍ଷମା କରି ପାରିବେ ତ! ନା! ତା ପାଖକୁ ଯାଇ କିଛି ପଚାରିବା। ପୁଣି ପୋଲିସ୍ ଥାନା କଥା ମନେ ପଡିଗଲା। ନା, ତାଙ୍କର ସେଠି କେହି ଚିହ୍ନା ପରିଚିତ ନାହାନ୍ତି। ତାଙ୍କୁ ଖବର ଦେଲେ ଯୁବତୀ ଝିଅ ସୁରକ୍ଷିତ ରହିବ ତ! କାହାକୁ କହିବେ ଏ ବିଷୟରେ। ନବରଙ୍ଗପୁର ପରି ଯାଗାରେ ସେ କାହାକୁ ବି ତ ଭଲ କରି ଚିହ୍ନି ନାହାନ୍ତି। କାହାକୁ ସେ ବିଶ୍ବାସକୁ ନେଇ ଡାକି ପାରିବେ ! ନା ନିଜେ ସାହାସ କରି ଡାକିବ। ଯଦି କୌଣସି ଅସୁବିଧାରେ ପଡିଥିବ ନିଶ୍ଚିତ କିଛି କହିବ ନଚେତ୍ ପଳେଇବ। 

ଗେଟ୍ ପାଖକୁ ଯାଇ ସୁବଳ ଧିରେ ଡାକିଲେ - ଏଇଠିକି ଆସ। 

ଝିଅଟି ତଥାପି ଯାକିଯୁକି ହେଇ ବସି ଥାଏ ।

ସୁବଳ ଦୁଇ ତିନି ଥର ଡାକିଲା ପରେ ପାଖକୁ ଆସି କହିଲା, ତା ପଛେ ପଛେ କିଛି ଟୋକା ଆସୁଥିଲେ ସେଥିପାଇଁ ଏଠି ଲୁଚିକି ଥିଲା। ସକାଳ ହେଲେ ପଳେଇବ। ସୁବଳ ଭିତରକୁ ଯେତେ ଡାକିଲେ, ଝିଅଟି ମନାକଲା। ଝିଅର ସ୍ଵାଭିମାନ କୁ ସମ୍ମାନ ଦେଇ ଆଉ କିଛି କହିଲେ ନାହିଁ। ଘର ଭିତରୁ ଚାଦରଟିଏ ଆଣି ଗ୍ରୀଲ ଭିତରେ ହାତ ଗଳେଇ ବଢେଇ ଦେଲେ ଘୋଡେଇ ହୋଇ ବସିବା ପାଇଁ। ସୁବଳ ମଧ୍ୟ ସେହି ଗ୍ରୀଲ ଭିତରେ ଚେୟାରଟେ ପକେଇ ବସି ରହିଲା ଅଜଣା ଆଶଙ୍କା ଆସିବା ଭୟରେ। ସୁବଳ ଅନେକ ସମୟ ବସିଲା ପରେ ଦେଖିଲା ଝିଅ ଟି ଗ୍ରୀଲକୁ ଧରି ସେମିତି ଠିଆ ହେଇଛି। 

ରାତ୍ରିର ଶେଷ ପ୍ରହର ପାଖେଇ ଆସୁଥାଏ। ଝିଅଟିର ମନରୁ ଭୟ ଦୂର କରିବା ପାଇଁ ସୁବଳ ତା ସହ କଥା ହେଇ ପଚାରିଲେ ଏଠିକି କୁଆଡ଼େ କାହା ସହ ଆସିଥିଲା। 

ଝିଅ ଟି ପ୍ରଥମେ କାନ୍ଦି ପକାଇବାରୁ ସୁବଳ ଡରି ଯାଇ କହିଲେ ଯଦି ଇଛା ନାହିଁ ଥାଉ ।

ଝିଅ ଟି ଆଖିରୁ ଲୁହ ପୋଛି କହିଲା। ଆମଘର ରାୟଗଡା। ମୋ ବାପା ମାଆ ଏଠି ନବରଙ୍ଗପୁର ରେ ଗାଡି ଆକ୍ସିଡେଣ୍ଟରେ ମରିଗଲେ ବୋଲି ମୁଁ ରାୟଗଡାରୁ ଆସିଥିଲି। ମୋ ପାଖରେ ଯାହା ପଇସା ପତ୍ର ଥିଲା ସରିଗଲା ବୋଲି ଜଣେ ମୋତେ ସାହାଯ୍ୟ କରିବ କହି ଡାକି ନେଲା ତା ପରେ ମୋ ସହ ଦୁର୍ବ୍ୟବହାର କରିବାରୁ କୌଣସି ପ୍ରକାରେ ଖସି ଆସିଛି। 

ସୁବଳ ପଚାରିଲେ ତମର କଣ କେହି ନାହାନ୍ତି ! ବାପାଙ୍କର କି ମାଙ୍କର କେହି ତ ରିଲେସନ ଥିବେ। 

- ମୋ ବାପା ତାଙ୍କ ଘରେ ଏକୁଟିଆ। ମାଆ ବି ଗୋଟିଏ ଝିଅ।ଅଜାଙ୍କ ଘରେ ବି କେହି ନାହାନ୍ତି । ଆଉ କାହାକୁ ମୁଁ ଜାଣିନି। 

ସୁବଳ ଏକକ ସନ୍ତାନ ପରିବାରର ସମସ୍ୟା ଭାବି ମନେ ମନେ ଚିନ୍ତା କରିବାକୁ ଲାଗିଲେ - ଏ ଦୁନିଆ ଭବିଷ୍ୟତରେ ଆହୁରି ଏମିତି ବହୁତ କିଛି ଦେଖିବ। ପାହାନ୍ତିଆ ହେଇ ଆସୁଥିଲା, ସୁବଳ ପଚାରିଲେ ତମ ନାଁ କଣ!! ତମେ ଏବେ କୁଆଡ଼େ ଯିବ? 

- ଗାଁ କୁ ଯିବି ଭାବିଛି। ସେଠି ସମସ୍ତଙ୍କୁ କିଛି କିଛି ମାଗି ବାପାଙ୍କ ମୃତାହ କାମ ସାରି ଦେବି। 

-ସେତେବେଳକୁ ମୃତ ଶରୀର ତ ଖରାପ ହେଇ ଯାଇଥିବ। ତମ ଗାଁ ଲୋକେ ଯଦି ମରିବା ଖବର ପାଇଲା ପରେ ତମକୁ ଏକୁଟିଆ ଜାଣି ଆସି ନାହାନ୍ତି। ଆଉ ଏବେ କଣ ସାହାଯ୍ୟ କରିବେ ବୋଲି ଭାବୁଛ। 

ଝିଅ ଟି କଣ ଚିନ୍ତା କରି କାନ୍ଦିବାକୁ ଲାଗିଲା। 

- ତମେ କାନ୍ଦିବ ଯଦି ଭିତରକୁ ଆସ। ସକାଳ ହେଇ ଆସିଲାଣି। ଲୋକେ ଦେଖିଲେ ଖରାପ୍ ଭାବିବେ। 

ଝିଅ ଟି ଭିତରକୁ ଆସି କହିଲା - ମୋତେ ଆପଣ କିଛି ଟଙ୍କା ଧାର ଦେଇ ପାରିବେ। ମୁଁ ଆପଣଙ୍କ ବାସନ ଧୁଆ ଘର ପୋଛା କାମ କରି ସୁଝି ଦେବି। ମୋ ବାପା ମା ଙ୍କ ଅନ୍ତିମ ସଂସ୍କାର କରିବାକୁ ମୁଁ ଚାହୁଁଛି। 

ହୋଉ ଠିକ୍ ଅଛି କହି ଗାଡି ଷ୍ଟାର୍ଟ କରି ସୁବଳ ବାହାରିଲେ। ହସ୍ପିଟାଲରୁ ମୃତଦେହ ଆଣି ପୋଡାପୋଡି କରି ଅନ୍ତିମ ସଂସ୍କାର ଆଦି ସାରି ସୁବଳ କହିଲେ ତମ ଘର ବିଷୟରେ ମୋତେ କିଛି କହିବ ! ସମୀରା ସବୁ କିଛି କହି ନପାରି ଅତୀତକୁ ଦେଖୁଥିଲା ନିଜର ସେହି ଦିନ ଗୁଡିକ। 

ସରୀତାକୁ ସୁଜନ ପାଟିକରି କହୁଥାନ୍ତି ଝିଅ ସମୀରା କୁ ତମେ ରୋଷେଇ କାମରେ ଲଗାଇ ପାଠ ପଢାରେ ହଇରାଣ କରନି। ସେ ସ୍କୁଲ ର ନାଁ ରଖିବ ବୋଲି ସମସ୍ତେ ଅନେଇ ବସିଛନ୍ତି। ସବୁ ଶିକ୍ଷକମାନେ ତାକୁ ଭଲ ପାଉଛନ୍ତି। ଅଥଚ ତମ ରୋଷେଇ ତମକୁ ଏଠି ବଳେଇ ପଡୁଛି ଯେ ତାକୁ ମଝିରେ ମଝିରେ ଡାକି ଭାତ ଗାଳିବା ପାଇଁ କହୁଛ, ପୁଣି କେତେବେଳେ ମସଲା କଷିବା ପାଇଁ କହୁଛ। ଏବେ ତ ଡାଲି ଛୁଙ୍କ ମାରିବା ପାଇଁ ଡାକିଥିଲ। କଣ ଛୁଙ୍କ ପରେ ମାରିଥିଲେ ଚଳି ନଥାନ୍ତା। ଝିଅ ଟା ଭଲ ମାର୍କ ରଖୁ କଣ ତମର ଇଛା ନାହିଁ। 

 ସରୀତା ହସି ଦେଇ କହିଲେ 

- ଶୁଣ! ମା'ଠାରୁ ତା ସନ୍ତାନକୁ ଯିଏ ଅଧିକା ଭଲ ପାଏ ବୋଲି କହୁଛି ସେ ଡାହାଣୀ। ତାଙ୍କ ଭଲ ପାଇବାରେ ଉଦ୍ଦେଶ୍ୟ ଥାଏ। ମା'ର ଭଲ ପାଇବାରେ କିଛି ଉଦ୍ଦେଶ୍ୟ ନାହିଁ ସେ କେବଳ ଭଲ ହିଁ ଚାହେଁ। 

- ତାକୁ ଏମିତି ବାରମ୍ବାର ପାଠରୁ ହଇରାଣ କରିବା ଟା କଣ ଭଲ। 

-ଶୁଣ ପାଞ୍ଚ ମିନିଟ ପାଠରୁ ବାହାରି ଆସିଲେ କେହି ହଇରାଣ ହୁଅନ୍ତି ନାହିଁ । ମାଆ ପାଖରେ ଝିଅ କଥା ହେବ, ରୋଷେଇ ଟିକେ ଶିଖିବ, ଏଗୁଡା କଣ ଖରାପ? ଝିଅ ପିଲା ପାଠ ପଢି ଯେତେବଡ ମଣିଷ ହେଲେ ବି ତା ଛୁଆଙ୍କୁ ତ ସେ ରୋଷେଇ କରି ଖାଇବାକୁ ଦେବ। ନହେଲେ ମାଆ ହାତ ରନ୍ଧା ସ୍ଵାଦ ଛୁଆ ପାଇବେ କେମିତି। ତାପରେ ଆଗ୍ରହ ପିଲାବେଳେ ଯେତିକି ଥାଏ ବଡ ହେଲେ କମି କମି ଆସେ। ତେଣୁ ପ୍ରଥମରୁ ରୂଚି ଆଣିବାଟା ଭଲ। ଜୀବନରେ କେତେବେଳେ କେଉଁ କଥା ଘଟିବ କିଏ ଜାଣିଛି। ନାରୀର ଜୀବନ ଗୋଟାଏ ପରୀକ୍ଷା । ତେଣୁ ସବୁ ପରିସ୍ଥିତି ପାଇଁ ସେ ଠିକ୍ ଥିବା ଦରକାର। - ତମେ ସେ କଥା ବୁଝି ପାରିବନି। ଏଇଟା ଗୋଟେ ନାରୀର ଅନ୍ତର କଥା। ଆଉ ଜଣେ ନାରୀ କେବଳ ବୁଝିବ। 

ସମୀରା ଦଶମରେ ଭଲ ନମ୍ବର ରଖି ଶହେ ଜଣଙ୍କ ଭିତରେ ଆସିଥିଲା। ପ୍ଲସ୍ ଟୁ ସାଇନ୍ସ ପରୀକ୍ଷା ପରେ ବାପା'ମା ମାନସିକ ପାଇଁ ନବରଙ୍ଗପୁର ଠାକୁରାଣୀ ମନ୍ଦିରକୁ ଆସିଥିଲେ 

- ଆଉ ତାପରେ ସମୀରା ଭାବି ପାରିଲା ନାହିଁ, କାନ୍ଦିବାକୁ ଲାଗିଲା। 

ସୁବଳ ସାନ୍ତ୍ଵନା ଦେଇ ବୁଝାଇବାକୁ ଲାଗିଲେ, କହିଲେ -

ତମକୁ ଯିଏ ପଚାରିବ କହିବ ମୋ ଭଉଣୀ । ପଢାପଢି କରିବାକୁ ଆସିଛି। 

ସମୀରା ଚୁପ୍ ଚାପ୍ ଘରେ ରନ୍ଧାବଢା ଠାରୁ ଘର ପୋଛା ପର୍ଯ୍ୟନ୍ତ ସବୁ କାମ କରିବାକୁ ଲାଗିଲା। 

କିଛି ଦିନ ପରେ ସୁବଳ କହିଲେ, ବାହାରେ ଅନେକ ଲୋକ ବାଜେ କଥା କହୁଛନ୍ତି ତମ ରହିବାକୁ ନେଇ। ତମେ ତ ଏଠି ସବୁଦିନ ରହି ପାରିବ ନାହିଁ, ତମ ପାଇଁ ମୁଁ ଗୋଟେ ନାରୀ ନିରାଶ୍ରୟା ସଂସ୍ଥା ଦେଖିଛି। ସେଠିକି ଯିବ କି? ନହେଲେ କଣ କରିବ କୁହ। ଯଦି କହିବ ନେଇ ଗାଁ ରେ ଛାଡି ଦେଇ ଆସିବି। 

- ଏତେଦିନ ପରେ ଗଲେ ଗାଁ ରେ ମୋତେ ଆହୁରି କେତେ କଣ କହିବେ। ସାର୍! ଆଉ ଗୋଟିଏ ମାସ ପରେ ମୁଁ ଯେମିତି ହେଲେ ଚାଲି ଯିବି। ମୋ ପାଇଁ ଏତେ କଲେଣି, ଆଉ ଗୋଟିଏ ମାସ। 

ସୁବଳ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଗୋଟିଏ ମାସରେ ତମର କଣ ଏମିତି ହେବ। 

- ବୋହୁତ କିଛି ହେବ ସାର୍ । ପ୍ଲିଜ ମୋତେ ଏଠି ଆଉ ମାସେ ରଖନ୍ତୁ। 

- ମୋତେ କୁହ କଣ ପାଇଁ ।

ତମର ଯଦି ମୁଁ କିଛି ସାହାଯ୍ୟ କରି ପାରିବି, ନିଶ୍ଚୟ କରିବି। 

ତମକୁ ରଖିବାରେ ମୋର ଆପତ୍ତି ନାହିଁ। ମୋର ବୟସ ସମାଜ ଆଖିରେ ଅନ୍ୟ ଏକ ଦୃଷ୍ଟି ଦିଏ। ସେଥିପାଇଁ କହୁଥିଲି। 

ସମୀରା କହିଲା ସାର୍ ମୁଁ ଏଠି ଶାନ୍ତି ରେ ପଢି ପାରୁଛି। ଆପଣ ଅଫିସ ଗଲାପରେ ମୋତେ ଏଠି କେହି ଡିଷ୍ଟର୍ବ କରିବାକୁ ନାହିଁ। ଅନ୍ୟ ଯାଗାରେ ସେତିକି ମିଳି ନପାରେ। 

- ତମେ ପଢୁଛ। କଣ ପଢୁଛ!! ତମ ବହି ପତ୍ର ତ କିଛି ନାହିଁ। 

- ସାର୍ ମୁଁ କହି ପାରିବିନି। ମାସେ ପରେ ନିଶ୍ଚୟ କହିବି 

- କିନ୍ତୁ କଣ ପାଇଁ ମୋତେ କହିବନି। 

ସମୀରା ସୁବଳଙ୍କ ମୁଖଭଙ୍ଗୀ ରେ ରାଗର ଅରୁଣିମା ଦେଖି ଡରିଗଲା। ଭବିଷ୍ୟତକୁ ଆଶଙ୍କା କରି କହିଦେବ ବୋଲି ସ୍ଥିର କଲା। କହିଲା ସାର୍ - ମୋର ଆର ମାସରେ ପରୀକ୍ଷା ଅଛି। ଆପଣ ଯୋଉ ଟଙ୍କା ଦେଇଥିଲେ ସେଥିରେ ମୁଁ ନେଟପ୍ୟାକ ପକେଇ ଅନଲାଇନରେ ପଢୁଛି। 

ସୁବଳ ପ୍ରଥମେ ଏମିତି କଥା ଶୁଣି କାବା ହେଇଗଲେ। ଆଖିକୁ କାନକୁ ବିଶ୍ୱାସ କରି ପାରିଲେ ନାହିଁ। ତଥାପି ପଚାରିଲେ - ପରୀକ୍ଷା ମାନେ। କୋଉ ପରୀକ୍ଷା? 

- ମେଡିକାଲ ପରୀକ୍ଷା ଅଛି ।

- ତୁ କଣ ପ୍ଲସ ଟୁ ପାସ୍ କରିଛୁ। 

- ହଁ ସାର୍ । କାଲି ରେଜଲ୍ଟ ବାହାରିଲା। 

- ତୋର କଣ ହେଇଛି? 

- ମୁଁ ଅଲ ଓଡିଶା ଟପର୍ ହେଇଛି। 

ସୁବଳ ଖବରକାଗଜ ଟା ଟେବୁଲରୁ ଟାଣି ଆଣି ଦେଖିଲେ, ଲେଖା ହେଇଛି ବଡ ବଡ ଅକ୍ଷରରେ ସମୀରା ସାହୁ ଛାତ୍ର ଙ୍କୁ ଟପି ଆଗରେ। ମୁହଁରେ ତାଙ୍କର ହସ ବାହାରି ପଡ଼ିଲା। ପେପରଟାକୁ ଥୋଇ ଦେଇ ସମୀରାକୁ କୁଣ୍ଢାଇ ପକାଇ କହିଲେ - ଅଜସ୍ର ଅଭିନନ୍ଦନ ତୋତେ। 

ସମୀରା ବାହୁବନ୍ଧନ ଭିତରେ ଥାଇ ଲାଜରେ ହସୁଥାଏ। ସୁବଳ ଜାଣିପାରି ଛାଡିଦେଲେ। ନିଜେ ମଧ୍ୟ କିଛି ସମୟ ଲାଜ ପାଇ ବସି ପଡିଲେ। କହିଲେ, ମୋତେ ଆଗରୁ କହିଥିଲେ ମୁଁ ତ ତୋର ପଢିବା ବ୍ୟବସ୍ଥା ସବୁ କରି ଦେଇଥାନ୍ତି। 

ଆପଣ ଯେତିକି କରିଛନ୍ତି ବହୁତ। 

ସୁବଳ କହିଲେ, ନା! ମୁଁ ତମର କାଲିଠାରୁ ସବୁ ଷ୍ଟଡି ମେଟେରିଆଲ୍ସ ଯୋଗାଡ କରୁଛି। ତମେ ଯଦି ମେଡିକାଲ ପାଇବ ମୁଁ ତମୁକୁ ମୋବାଇଲ କମ୍ପ୍ୟୁଟର ଯାହା ମାଗିବ ଦେବି। କାଲିଠାରୁ ତମ କାମଦାମ ସବୁ ବନ୍ଦ। 

-ନାଇଁ ସାର୍। ମୁଁ କାମ କରିବି। 

ମୋ ମାଆ ମୋତେ ମଝିରେ ମଝିରେ ପଢିଲା ବେଳେ ରୋଷେଇ ଘରକୁ ଡାକେ। ବାପା ଚିଡିଲେ ସେ କହିବ ପାଠରେ ଏମିତି ବିରାମ ପାଠ ମନେ ରଖିବାକୁ ସାହାଯ୍ୟ କରେ ଓ ମନ ପ୍ରଫୁଲ୍ଲିତ ରଖେ। 

ସୁବଳ ହସି ଦେଇ କହିଲେ -ହୋଉ ତୋର ଯେମିତି ଇଛା। 

ସୁବଳ ଆକାଶ ଇନଷ୍ଟିଚ୍ୟୁଟରେ ଥିବା ତାର ଫାକଲଟି ସାଙ୍ଗ ମାନଙ୍କ ସହ କଥା ହେଇ ଷ୍ଟଡି ମ୍ୟାଟେରିଆଲ୍ସ ସବୁ ମଗେଇଲା। ଯେତେ ଅନଲାଇନ ଟେଷ୍ଟ କରା କରେଇଲା। 

ମେଡିକାଲ ଆଡମିସନ ଦିନ ସୁବଳ ବହୁତ ଖୁସି ଜଣା ପଡୁଥିଲେ। ଆଡମିସନ ସାରି ସୁବଳ ଯେତେବେଳେ ଫେରିବାକୁ ବାହାରିଲେ, ସମୀରା ଗୋଡତଳେ ପଡିଗଲା। 

ସୁବଳ ଉଠାଇବାକୁ ଚେଷ୍ଟା କଲେ ବି ଉଠିଲା ନାହିଁ। ବାଧ୍ୟ ହୋଇ ପଚାରିଲେ କଣ ହେଲା? 

- ଆପଣ କହିଥିଲେ ମେଡିକାଲ ପାଇଲେ ଯାହା ମାଗିବୁ ଦେବି। 

-ହଁ ଏବେ ବି କହୁଛି ଦେବି। କଣ ମାଗୁନୁ ।

ମୋତେ ଆପଣ ପାଞ୍ଚ ବର୍ଷ ଅପେକ୍ଷା କରି ପାରିବେ। ମୁଁ ଏଠୁ ଗଲେ ଆପଣଙ୍କୁ ଜୀବନ ସାରା ସେବା କରିବା ପାଇଁ ଚାହୁଁଛି। 

ସୁବଳ କହିବାର ମର୍ମାର୍ଥ ବୁଝି ପାରି ହସି ଦେଲେ। ସମୀରାକୁ ଦି ହାତରେ ଉଠେଇ କହିଲେ ମୁଁ ବି ତୁମକୁ ଭଲ ପାଏ। ନିଶ୍ଚୟ ଅପେକ୍ଷା କରିବି।


Rate this content
Log in