STORYMIRROR

Bunee Tripathy

Others

3  

Bunee Tripathy

Others

ଏଇଟା ହିଁ ସତ

ଏଇଟା ହିଁ ସତ

1 min
175

ଆବଦ୍ଧ ପକ୍ଷୀଟି

ପଞ୍ଜୁରୀର ଚାରିକାନ୍ଥ ତଳେ

ନିଜ ଭାଗ୍ଯକୁ ନିନ୍ଦି

ରହିଥାଏ ଅନାଗତ

ଭବିଷ୍ଯ ନିରେଖି।

କେତେବେଳେ ଖୋଲିଯିବ

ପଞ୍ଜୁରୀର ଦ୍ବାର

ଆଉ ସିଏ

ମୁକ୍ତ ଆକାଶରେ

ଡେଣାଝାଡି ଉଡିବୁଲିବ

ଏପଟୁ ସେପଟ ଯାଏଁ।


ଅଖଣ୍ଡ ପୃଥିବୀକୁ

ବାନ୍ଧି ରଖିବା ପାଇଁ

ସାମ୍ଯମୈତ୍ରୀର ବାର୍ତ୍ତା

କହିବୁଲିବ ପ୍ରତିଟି ମୂଲକେ।

ସ୍ନେହମମତାର ରଜ୍ଜୁରେ

ସଭିଙ୍କୁ ଆବଦ୍ଧ କରି

ମଧ୍ଯବିନ୍ଦୁରେ ଠିଆହୋଇ

ବୃତ୍ତାକାର ବୋଲକର

କ୍ଷେତ୍ରଫଳ ନିର୍ଣ୍ଣୟ କରିବ।

ନଥିବ ଧର୍ମର ବିଚାର

ନଥିବ ଜାତିର ଭାବନା

ଥିବ କେବଳ ଗୋଟିଏ ଚିନ୍ତାଚେତନା

ସାମ୍ଯବାଦର ଡାକ

ଏକତାର ମନ୍ତ୍ର।


ହେଲେ

ବିମର୍ଷର କଳାବାଦଲ

ସେ ତ ଲୁକ୍କାୟିତ

ବନ୍ଦୀ ଜୀବନର ସ୍ବପ୍ନ

କେବଳ ଯେ ଦିବାସ୍ବପ୍ନ

ଏକଥାକୁ ହୃଦୟଙ୍ଗମ କରିଛି ।

ତଥାପି

ହରାଇନି ଆଶା

ନିଶ୍ଚୟ ଖୋଲିବ

ତା ପଞ୍ଜୁରୀର ଦ୍ବାର

ସେ ହେବ ମୁକ୍ତ

ଆଶାବାଦୀ ଦୁନିଆରେ

ଏଇଟା ହିଁ ତ ସତ।



Rate this content
Log in