ଏଇତ ଜୀବନ
ଏଇତ ଜୀବନ
ଅମାବାସ୍ୟା ର ଅନ୍ଧକାରେ
ଜୀବନ କରୁଛି ଆଲୋକ ର ସନ୍ଧାନ
ଲାଗୁଛି ଶେଷ ହୋଇଯିବ କି
ଆଗକୁ ବଢିବାର ରାସ୍ତା,
ପଡିଯିବ କି ପୂର୍ଣଚ୍ଛେଦ !
ବେଳେବେଳେ ସ୍ବପ୍ନ ମାନେ
ଏମିତି ବାଟବଣା ହୋଇଯାନ୍ତି
ଅସ୍ତମିତ ପଲକର ବିମର୍ଷ ଠାଣିରେ ।
ଅନ୍ଧାରର ଏତେସବୁ ମୌନଭାଷା
ମାଟିରୁ ଶୃଙ୍ଗକୁ ଛୁଏଁ
ଶିରିଶିରି ପବନରେ
ଠପ୍ଠପ୍ କାକରରେ
ନିଜକୁ ହଜେଇ ଦେବାର ଭୟ
ଗୁମ୍ସୁମ୍ ନିସ୍ତେଜ ଚେହେରା
ପାଦତଳେ ଦବି ଯାଉଥିବା
ମାଟି ଠାବ କରେ ।
ଅଠାକାଠିରେ ଜୀବନ
ଛାତି ର ଛାତ ବାଟେ ପଶେ ଛନକା
ଶୋକ ଅଗଣାରେ
ନିର୍ଜନର ଝରାପତ୍ର ସାଜି
ଦିନେ ଅବେଳରେ ଝରିପଡେ ଜୀବନ,
ଏଇତ ଜୀବନର ବିଚିତ୍ର ରୂପ
ନା..ବାସ୍ତବରେ
ନା..ସପନରେ
ତୋଳିପାରେ ଆଶାର ଫୁଲ
ସେ ଦୋଳି ଖେଳେ ଅଧାସ୍ବର୍ଗ ରେ ।
