Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Others

5.0  

Anam Charan Sahoo

Others

ଏଇତ ଜୀବନ

ଏଇତ ଜୀବନ

1 min
181


ଯାହା ହାତ ଧରି ଚାଲି ଶିଖାଇଲି

ଦୁନିଆରେ କଲି ବଡ

ପାଠ ପଢାଇଲି ଶିକ୍ଷିତ କରିଲି

ତା ଲାଗି ଆଜି ମୁଁ ଜଡ ।


ହାଡଭଙ୍ଗା ପରି -ଶ୍ରମ କରି କରି

ଉଦର ଜ୍ବାଳାକୁ ସହି

ସଂସାରରେ ତାକୁ ଦେଲି ପରିଚୟ

ଗଧ ପରି ବୋଝ ବୋହି ।


ତନୁରେ ତା କନା ଉଦରରେ ଦାନା

ମଥାନେ ଦେଲି ମୁଁ ଛାତ

ବୃଦ୍ଧ କାଳେ ମୋର ଜଷ୍ଟି ସେ ନୋହିଲା

ଛାଡି ଚାଲିଗଲା ହାତ ।


ପୁରୁଣା ଠିକଣା ଛାଡି ବାଟବଣା

ନୂଆ ଠିକଣାରେ ବାଇ

ମୋତେ ବୋଝ ବୋଲି ମନରେ ବିଚାରି

ଗଲା ବୃଦ୍ଧାଶ୍ରମ ନେଇ ।


ପରିଚୟ ହୀନ ଆଜି ମୋ ଜୀବନ

ବୃଦ୍ଧାଶ୍ରମେ ମୋର ବାସ

ଭଲରେ ସଂସାର କରୁ ମୋ ସନ୍ତାନ

ପାପ ଯାଉ ତା'ର ନାଶ l



Rate this content
Log in