ଏଇ ସେହି ମହିୟସୀ
ଏଇ ସେହି ମହିୟସୀ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପ୍ରଶାନ୍ତ କୁମାର ସାହୁ
ଦେଖ ବନ୍ଧୁ ଦେଖ...
ଏଇ ସେହି ମହିୟସୀ
ଯା'ର ପ୍ରତି ରେଣୁ ବିଜୟୀ ପ୍ରତ୍ୟାଶୀ,
ଶତ ଦୁର୍ନିବାର ନିରାୟୁଧ ବାହୁବଳେ
ଅଖଣ୍ଡକୀର୍ତ୍ତି ଅମଳିନ ମହୀତଳେ,
ଭଗବତୀ ବରାଶିଷେ ଯା' ନିବାସୀ
ପୂଣ୍ୟ ଭୂଭାରତେ କଷି ଏକତାର ରଶି ।
ମାତୃଭକ୍ତ ଦିନେ ସୁନାଗଡ଼ ଗଢ଼ି
ଯହିଁ ଆଜ ଛତ୍ରଗଡ଼ ଘାଟୀ ,
ଅଲଘ୍ୟଂ ଥିଲା ସେ ଦୁର୍ଗ ଅରୁନ୍ତୁଦ ରଣେ
କଳିଙ୍ଗର ସୁରକ୍ଷା ଯା'ର ଏକହି ପ୍ରତିଜ୍ଞା
ପ୍ରତି ରକ୍ତବିନ୍ଦୁରେ ଜୁଆର ଅନୁକ୍ଷଣେ,
ଏଇ ସେହି ଲାଲମାଟି ଛତ୍ରଗଡ଼ ଘାଟୀ
ବୀର ଗାଥା ବୀର ନିର୍ଯ୍ୟାସ ପ୍ରୟାସୀ ।
ଶୈଳୋଦ୍ଦଭବ କଳିଙ୍ଗେ ଅଗ୍ରଦୂତ
ଗଢ଼ି କଳା ଉତ୍କର୍ଷତା ଶୈଳେ ମନୋରଥ ,
ଦକ୍ଷପ୍ରଜାପତି ମନ୍ଦିରର ଅଙ୍ଗେ
ବିଷମ ସ୍ଥାପତ୍ୟର ପ୍ରଥମ ନିକାସୀ ।
ଯହିଁ ଦିନେ ସଂଚାରିଲା ଭିତି
ଅଦମିତ ସୂର୍ଯ୍ୟ ସାମ୍ରାଜ୍ୟର ହୃଦେ ,
ଚିରି ତା'ର ସ୍ବାଭିମାନ ପାଦରେ ମକଚ଼ି
ବୀର ପାଇକ ନାଚ଼ିଲେ ସହର୍ଷ ନାଦେ,
"ବନ୍ଦେ ଉତ୍କଳ ଜନନୀ" ,
ସ୍ବାଧିନ ମୋ ଦେହ ସ୍ବାଧିନ ଇତିହ
ପରଞ୍ଜୟ ପ୍ରିୟ ଯହିଁ ନିତ୍ୟ ବର୍ଚ୍ଚସ୍ବୀ ।
ଏଇ ସେହି ମାଟି ବନ୍ଧୁ ,
ଦେଖିଯାଅ ଗଢ଼ିଅଛି ନବ ଯୁଗ
ଜାଳି କାଳିମା ଅନ୍ଧଗଳିର
ନିଆଁଖୁଣ୍ଟାର ପ୍ରତି ସ୍ଫଲିଙ୍ଗରେ ,
ପାଇକ କବିର ସେଇ ବୀରମାଟି କଥା
ରୂପାୟନ ପ୍ରତି ହୃଦତନ୍ତ୍ରୀରେ ,
ଉଠିଥିଲା ନବ ପଲ୍ଲବ ତୁଙ୍ଗ ଶିଖରୀ ଚୂଳେ
ହସିଥିଲା ପାଣ୍ଡିତ୍ୟରେ ଏ ଉତ୍କଳ ଭୂବନ
ଧରି ନବରୂପ ପଞ୍ଚସଖା ମେଳେ ,
ଏଇ ସେହି ବାଣପୁର ଦୁର୍ଗ ଅଦମ୍ୟ
ଉତ୍କଳର ପୂଣ୍ୟ ହୃଦୟ ଉଚ୍ଛ୍ବାସ
କାହୁଁ ସେହୁ ହେବ ନୀଥର ବିଶ୍ବାସୀ
ଅଜର ଅମର ଯା'ର ଅସୀ ଅାଉ ମସୀ ।