Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ତାରାପ୍ରସାଦ ଜେନା

Others

3  

ତାରାପ୍ରସାଦ ଜେନା

Others

ଏଇ ଜୀବନଟା ଫୁଟୁଥିଲା ସତେ ଚାହା ପରି କେତେ ବାର

ଏଇ ଜୀବନଟା ଫୁଟୁଥିଲା ସତେ ଚାହା ପରି କେତେ ବାର

1 min
258



ଏଇ ଜୀବନଟା ଫୁଟୁଥିଲା ସତେ

ଚାହା ପରି କେତେ ବାର

କେତେ ଦୁଃଖ ସୁଖ ଲୁହ ଲହୁ ସାଥେ

ଆଜି ହୁଏ କାରବାର ! ୦ !


ଛେଚା ଅଦା ହସ ମିଳାଇଛି ଏଥି

ଫିକା କରେ ଅବସାଦ

ଗୁଜୁରାତି ଆଶା ଗୁଞ୍ଜରଣ ତୋଳେ

ପିପାସିତ ଚୋଖା ସ୍ବାଦ

ଆଉ କ୍ଷୀର ଲାଗେ ତରଳ ମନଟା

ରଙ୍ଗ ଆଣି ବଞ୍ଚିବାର ! ୧ !


ଚାହା ପୁଣି ଆହା ମତୁଆଲା ନିଶା

ଭାବ ଚିନି ଚୁମ୍ବେ ଓଠ

କେତେ କାର୍ଯ୍ୟଭାର ଓହ୍ଲାଇ ଦେବାକୁ

ପଢ଼ାଏ ସେ ଶ୍ରାନ୍ତ ପାଠ

କେତେ ବ୍ୟସ୍ତତାରେ ମୁହୂର୍ତ୍ତେ ଆରାମ

ଦିଏ ଅବା ଅଧିକାର ! ୨ !


ଚାହା ପୁଣି ଯାଚେ ପରମ ସୁହୃଦ

ଆଖି ମିଶା ଆଖି ତଳେ

ଚାହା ଛାଡ଼ିବାକୁ ଭାଷା କେବେ ହେଲେ

ଅଣ୍ଟୁନାହିଁ କୌତୁହଳେ

ଚାହା ପାଇଁ ମୂଲ୍ୟ ଜୀବନଟା ଧନ୍ୟ

ସୁଖ ଦୁଃଖ ଏକାକାର ! ୩ !



Rate this content
Log in