ଏଘରେ ମଉସା ସେଘରେ ପିଇସା
ଏଘରେ ମଉସା ସେଘରେ ପିଇସା
ଏଘରେ ମଉସା ସେଘରେ ପିଇସା
କେତୁଟା ରହିଛ ଭଲ,
ମଣିଷ ଜନମ ପାଇକି ନିଲଠା
ବଢ଼ିଆ ଲଗାଅ ଗେଲ !
ଠେକିରେ ମୁହଁଟା କ୍ଷୀରକୁ ପିଉଛ
ଭାବୁଚ ଦେଖିନି କେହି,
ଠେଙ୍ଗୁଣି ପାହାର ଖାଇଲା ବେଳକୁ
ଦରାଣ୍ଡି ହେଉଛ ମହୀ !
ଲେଖାରେ ରହିଛି ପ୍ରବଳ ପ୍ରମାଦ
ସୁଧୁରି ଯାଉନ ବାଗ,
ବହପ ଦେଖାଇ ପରର ପାଦକୁ
ଚାଟୁଛ ମିଛରେ ରାଗ !
ସାହିତ୍ୟ ଭକୁଆ ପାଠକ ନୁହନ୍ତି
ଚିହ୍ନନ୍ତି ମୂରୁଖ ଜନ,
ଲେଖାର କଳଙ୍କ ଅଖ୍ୟାତ ଓଡ଼ିଆ
ଜାଣନ୍ତି ବେଲଜ୍ଜ୍ୟା ହୀନ !
ଗୋଷ୍ଠୀରେ ପଶୁଛ ମାତାଲ ନାଚୁଛ
ସମାଜେ ପାଉଛ ନିନ୍ଦା,
ସାହିତ୍ୟ ସଭାରେ ମୁହଁକୁ ଖୋଲିଲେ
ପାଇବ ଜବର ଖୁନ୍ଦା !
ଦୁନିଆ ଭଲକୁ ଆଖିଟା ରହିଲେ
ଶିଖିବା ହେବନି କଷ୍ଟ ,
ସମସ୍ତେ କହିବେ ସୁଧୁରି ଗଲେଣି
ଦୁଷ୍ଟ ତ ହେଲେଣି ଶିଷ୍ଟ !
