STORYMIRROR

Seetaram Dash

Others

3  

Seetaram Dash

Others

ଏବେ ତ ଆସିଯାଅ

ଏବେ ତ ଆସିଯାଅ

1 min
149


ଦୁନିଆର ପ୍ରତି କୋଣେ ଅନୁ କୋଣେ

ଜୀବନର ପ୍ରତି କ୍ଷଣେ ଅନୁକ୍ଷଣେ

ଶାସିତା,ଶୋଷିତା ଆଉ ଲାଞ୍ଚିତା, ଲୁଣ୍ଠିତା

ପଶୁତ୍ବର ବାହୁଫାଶେ ମୁଁ ଆଜି ଧର୍ଷିତ।


ପାପିଷ୍ଠ ପାଷାଣ୍ଡ ତୁମେ ନୁହଁରେ ମଣିଷ

ଛାତି ଚିରି ଖାଇଯାଅ ରକତ ମାଉଁଷ

ହୀନ ବିର୍ଯ୍ୟ କାପୁରୁଷ ତୁମେ, ହେ ରାକ୍ଷସ

ଦେଖିଲନି ନିରୀହ ଶିଶୁର ବୟସ।


ବ୍ୟାଘ୍ର ଭଲ୍କୁକ ଠାରୁ ଆହୁରି ଯେ ହିଂସ୍ର

ଶାଗୁଣା କି ଦେଖେ କେବେ ଶବର ବୟସ

ଷାଠିଏ ବରଷ ହେଉ ଅବା ଛ' ମାସ

ସମୟ ସୁଯୋଗ ଦେଖି କର ସର୍ବନାଶ।


ଯୁଗେ ଯୁଗେ ନାରୀ ପ୍ରତି ଏ କି ବର୍ବରତା

ପାଷାଣି ଅହଲ୍ୟା ଆଉ ଅସହାୟ ସୀତା

ପରମ ତପସ୍ୱୀ ଆଉ ପତିବ୍ରତା

ବିନା ଦୋଷେ ହୋଇଥିଲେ ମର୍ତ୍ତ୍ୟରେ ନିନ୍ଦିତା।


କୋଟି ବସ୍ତ୍ର ଦେଇ ସାଜିଲ ଦୌପଦୀର ତ୍ରାଣକର୍ତ୍ତା

ସଭ୍ୟ ସମାଜରେ ଆଜି ଏଠି ଦୁଃଶାସନ ଶତଶତ

ଦେଖ ଥରେ କଳିଯୁଗ ଦୌପଦୀର ବିବସତା

ଆସ ଥରେ ମତ୍ୟ ପୁରେ ଭାଙ୍ଗି ତୁମ ନୀରବତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍