ଏ ଥିଲା ଅମର ପ୍ରେମ
ଏ ଥିଲା ଅମର ପ୍ରେମ
1 min
157
ଶବ ଯେବେ ଯିବ ମଶାଣୀ ଭୂଇଁକୁ
ଆସିବୁ ଲୋ ପ୍ରିୟା ଧାଇଁ
ଜଳନ୍ତା ଯୁଇରେ ନ ଜଳି ମୋ ଶବ
ଥିବ ତୋର ବାଟ ଚାହିଁ ।
ଦୂରେ ଥାଇ ଯେବେ ଚାହିଁ ଦେବୁ ମୋତେ
ଯିବିଲୋ ପାଉଁଶ ହୋଇ
ମୁଣ୍ତ ଧୋଇ ପ୍ରିୟା ଗାଧେଇ ଆସିକି
ଯିବୁ ମୋର ଅସ୍ତି ନେଇ ।
ସମାଧି ମନ୍ଦିର ଗୋଟେ ତୁ ଗଢିବୁ
ଦେବୁ ମୋର ଅସ୍ତି ଥୋଇ
ସେଇ ସମାଧିରେ ରହିଥିବି ପ୍ରିୟା
ମୁଁ ଯେ ତୋର ବାଟ ଚାହିଁ ।
ଏଇ ଦୁନିଆର ଇତିହାସ ପୃଷ୍ଟାରେ
ଲେଖି ଦେଇ ଯିବା ନାମ
ଯିଏତ ପଢିବ ସିଏତ କହିବ
ଏ ଥିଲା ଅମର ପ୍ରେମ ।
