STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଏ ମନ ଭାବିଚୁକି ଯିବୁ ବୋଲି ପୁରୀରେ

ଏ ମନ ଭାବିଚୁକି ଯିବୁ ବୋଲି ପୁରୀରେ

1 min
292


ଏ ମନ--ଭାବିଚୁକି ଯିବୁ ବୋଲି ପୁରୀରେ

ବେଳ କାଳ ଏବେ ଅଛି

ଯିବୁ ଯଦି ଯାଆ ଆରେ

ସରିଗଲେ ବେଳକାଳ କରୁଥିବୁ ଆଁରେ


ଦାରୁଣ ସମୟ ବଳ ବଡ ପ୍ରଖରରେ

କେତେବେଳେ କେଉଁ କଥା

ଆସିଯିବ ଆଣ୍ଠୁ ବଥା

ଚାଲିବାକୁ ବଡଦାଣ୍ଡେ ବଳ ନଥିବରେ


ଏ ମନ ଭାବିଚୁକି ଯିବୁ ବୋଲି ପୁରୀରେ

ଶରୀର ସବଳ ଅଛି

ହାତ ଗୋଡ଼ ଚାଲୁଅଛି

ସମୟ ଅଳ୍ପ କେତେବେଳେ ଚାଲି ଯିବରେ


ଚକା ଆଖି ଦେଖିବାକୁ ଥକା ନଥିବରେ

ଯେତେବେଳେ ଚାହୁଁ ଥିବି

ତୋପାଖକୁ ଯାଉଥିବି

କାହା ଆଶ୍ରା ଲୋଡିବାକୁ ପଡିବ ନାହିଁରେ


ଏ ମନ ଭାବିଚୁକି ଯିବୁ ବୋଲି ପୁରୀରେ

ଖରା ବର୍ଷା ଶୀତ ମାଡ

ବାର୍ଦ୍ଧକ୍ୟେ ଆସିବ ଝଡ

କାହାକୁ କହିଲେ କେବେ

ପାଖରେ କେହି ନଥିବେ

ସବୁଥାଇ କେହି ସମୟ ଦେବେ ନାହିଁ ରେ

ଏମନ ଭାବିଚୁକି ଯିବୁ ବୋଲି ପୁରୀରେ


ପ୍ରଶାନ୍ତ କୁମାର ହୋତା


Rate this content
Log in