ଏ ଜୀବନ
ଏ ଜୀବନ
1 min
14.3K
ଏ ଜୀବନ ....
^^^^^^^^^^^^
ଏ ଜୀବନ ମଧୁବନ ,
ମମତା ମହକେ ଭରା
ମନ ବନ ପ୍ରଜାପତି
ଉଡେ ହେଇ ଆତ୍ମହରା !
ନବୀନ ନୀରଦ ମାଳ
ତମାଳ ମାଳକୁ ମାଳ ,
ଶୀତଳ ସମୀର ଧୀର
ତନୁ ମନ କ୍ଳାଂତି ହରା !
ସ୍ବର୍ଣ୍ଣାଭ ରାତି ପାହାଂତି
ଚହଟ ଚାଂଦିନୀ ରାତି
ଚୁନା ଚୁନା ତାରା ଫୁଲ
ଗଗନ ଶିଶିର ଝରା !
ସୁଖର ଦୁଃଖର ନଦୀ
ବହେ ଦେହ ମନ ଭେଦି
ଏ ଜୀବନେ ଝୁଲା ଝୁଲେ
ଜନ୍ମ ଯଉବନ ଜରା !
