ଦୁସ୍ଥିତିର ରୂପ
ଦୁସ୍ଥିତିର ରୂପ
ତନ୍ତ୍ରର ମନ୍ତ୍ରେ ଜନତା ସୁପ୍ତେ
ଯନ୍ତ୍ରଣା ଦେଉଛି ନିଜକୁ ଗୁପ୍ତେ
ନିଜ ଗୋଡ଼େ ମାରଇ କୁରାଢ଼ି
ବିପଦ ପଡ଼ିଲେ ପକାଏ ରଡ଼ି ।
ଭବିଷ୍ଯ ପୀଢିର ନକରି ଚିନ୍ତା
ମୁର୍ଖ କହେ ମୁଁ ଚାଲାକୀ ଏକା
ଶିକ୍ଷାର ମୂଲ୍ଯ ବୁଝେନି ଜନ
ନିଜକୁ କରାଏ ହୀନଠୁହୀନ ।
ଅଳସୁଆ ପୀଢି ନେଉଛି ଜନ୍ମ
ମାଗଣା ପାଇକି ହେଉଛି ହୀନ
ବିରୋଧ ସ୍ୱର ମରେ ପ୍ରତିକ୍ଷଣ
ଅସ୍ତିତ୍ବ ହରାଇ ବସେ ମଉନ ।
ଜୀବନର ମାନେ ଭୁଲେ ମଣିଷ
ଭୋଜନ ବ୍ୟସନେ କାଟେ ଦିବସ
ଶ୍ରେଷ୍ଠ ଜୀବ ପାଇଁ ନାହିଁ ଯୋଗ୍ୟତା
ଛଡ଼ାଅ ଉପାଧି ହେ ବିଶ୍ୱବିଧାତା ।
ଆଜିର ସମୟ କାଲି ସରିବ
ଆଜି ପାଉଛୁ କାଲି ନଥିବ
ଅସୀମ କେବଳ ବିବେକ ବୁଦ୍ଧି
ନୀତିନିଷ୍ଠ ହୁଅ ପାଇବୁ ସିଦ୍ଧି।
