STORYMIRROR

rasmi maye pati

Others

3  

rasmi maye pati

Others

ଦୁର୍ଗତି ନାଶିନୀ

ଦୁର୍ଗତି ନାଶିନୀ

1 min
374


ମେଦିନୀ କମ୍ପିଲା ଶଙ୍ଖ ଘଣ୍ଟ ସୂରେ

   ତିନି ପୁରେ ଶିହରଣ 

ମର୍ତ୍ତ୍ୟ ମଣ୍ଡଳରେ ହେବେ ଆବିର୍ଭୁତା

 ମାତା ଧରାବତରଣ ।

ମନ ପ୍ରାଣ ହୁଏ ଭାବ ପ୍ରେମେ ସିକ୍ତ

  ହୃଦରେ ଭକ୍ତିର ଦୀପ

   ମହିଷାମର୍ଦ୍ଦିନୀ ରୂପକୁ ଦର୍ଶନ

ଏ ମନ ହୁଏ ଇପ୍ସିତ ।

ଦେବ ସୁର ନର ଗନ୍ଧର୍ବ କିନ୍ନର

   ସବୁ ପ୍ରାଣ ଉତ୍କଣ୍ଠିତ

ଭୂମି ଠାରୁ ଭୂମା ସର୍ବେ ଉତ୍ଫୁଲିତ

  ମର୍ତ୍ତ୍ୟ ହୋଇବ ପବିତ୍ର।

ମହିଷା ଯେତେକ ଡରରେ କମ୍ପିଲେ

  ଆୟୁଷ ମାତ୍ର ନିମିଷ

ତ୍ରିଶୂଳ ମୁନରେ ହେବ ବକ୍ଷ ଭେଦ

  ଧରା ହେବ ପାପ ମୁକ୍ତ।

ଶରତ ସମ୍ଭାରେ ଧରଣୀ ସଜିତ

  ନାନା ରୂପେ ବିମଣ୍ଡିତ

ମେଘ ମୁକ୍ତ ନଭ ଆଲଟ ଚାମର

 କାଶତଣ୍ଡୀ ଶୁଭ୍ର ପାଟ।

ବାସ୍ନାୟିତ ଶଯ୍ୟା ବିସ୍ତାରେ ଶେଫାଳୀ

  ଧରିଛି କ୍ଷଣେ ଆୟୁଷ

ରାତିର ଚାଦର ବଦଳେ ସକାଳେ

   ପାହାନ୍ତିରେ ଭୂପତିତ।

କବିର ହୃଦରେ ପ୍ରୟାସର ଧାଡ଼ି

  ଶବ୍ଦ ଜାଲେ ହେଲା ଛନ୍ଦା

ଶାରଦୀୟ ସନ୍ଧ୍ୟା ହେଲା କାବ୍ୟ ମୟ

  ଲେଖନୀରେ ହେଲା ବନ୍ଧା।

ନାରୀ ଅଟେ ନାରାୟଣୀ ବୋଲି ଏଠି

  ଚାଲିଚି ମିଥ୍ୟା ପ୍ରଚାର

ସାତରୁ ସତୁରୀ କିଏ ସୁରକ୍ଷିତ 

 ପିଶାଚ ସାଜୁଛି ନର।

ମର୍ତ୍ତ୍ୟ ମଣ୍ଡଳକୁ ଆସ ମା ଓହ୍ଲାଇ

  ଘେନ କୋଟି ପ୍ରଣିପାତ

ପାପ ସବୁ କର ଧରାରୁ ନିଶ୍ଚିହ୍ନ

  ମହିଷା ଗଣୁ ପ୍ରମାଦ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍