Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Samantaray

Others

3  

Snigdha Samantaray

Others

ଦୁର୍ଘଟଣା

ଦୁର୍ଘଟଣା

1 min
272



ଜୀବନ ପଥରେ ଜୀଇଁବା ପାଇଁକି

ବାଧାବିଘ୍ନ ସୁଖଦୁଃଖେ

କୌଣସି ଘଟଣା ଜାଣିବା ଆଗରୁ

ଦୁର୍ଘଟଣା ନିଜ ପାଖେ ।

ଜୀବନ ଗଣିତ ସଂଘର୍ଷ ଶାଳାଟି

କର୍ମଯୋଗେ ଚାଲିଥାଇ

ହଜିଯାଏ ଦିନ ବୟସର ସୀମା

ଅଘଟଣେ ପ୍ରାଣ ଯାଇ ।

ଘଟଣା ଦୁର୍ଘଟଣା ନିୟତି ଖେଳ

ଜାଣନ୍ତି ନାହିଁ କେହିତ

କାଳର ଫାଶରେ ଶୂନ୍ୟେ ପ୍ରାଣଜ୍ୟୋତି

କାହା ଭାଗ୍ୟେ ନିର୍ବାଣତ ।

ବିପର୍ଯ୍ୟୟ ଏବେ ପ୍ରକୃତି ଅବସ୍ଥା

ଚିନ୍ତା ହୁଏ ପ୍ରତିକ୍ଷଣେ

ଜଙ୍ଗଲ ବନାନୀ ହୋଇଲା ତ ଶୂନ୍ୟ

ମହାମାରୀ ଧୃଷ୍ଟ ପଣେ ।

ଜୀବନ ଯାତ୍ରାର ବିପନ୍ନ ପଥିକ

ରାଜପଥରେ କ୍ଷତାକ୍ତ

ପଥର ଜନତା ନୁହେଁ ବିଚଳିତ

ଦୁର୍ଘଟଣାର ମୁହୂର୍ତ୍ତ ।

ରାଜରାସ୍ତା ନାହିଁ ଆଜି ସୁରକ୍ଷିତ

ମାଓବାଦୀଙ୍କ ଆତଙ୍କ

ଚୋରି ଅପରାଧ ଚାଲେ ଦିବସରେ

ଦୁର୍ଘଟଣାର ଆଶଙ୍କା ।

ନିଶାଖୋର ବ୍ୟକ୍ତି ମୋଟର ଆରୋହୀ

ନିୟମ ଧାରା ବାହାରେ 

ନିଶାର ମହଲେ ରାଜସ୍ୱ ବଢାଏ

ପ୍ରାଣଭେଟି ତ ପଥରେ ।

ଦୁର୍ଭାଗ୍ୟକୁ କିଏ କରେ ନିମନ୍ତ୍ରଣ

ଜବରଦସ୍ତି ଆସେ ପଶି

କାଲିର ସୂର୍ଯ୍ୟଉଦୟ ନଥାଏ ଭାଗ୍ୟେ

ଘଟଣା ବହୁଳ ଶଶୀ ।

ବନ୍ଧୁକ କମାଣ ଦୁର୍ଘଟଣା ସେତ

ବୀର ଯବାନ ରକତ

ଶହୀଦ ମୃତ୍ୟୁରେ ମାଆଟି ପାଗିଳୀ

ପୁତ୍ର ବୀର ଗତି ପ୍ରାପ୍ତ ।

ସୁଖ ଦୁଃଖ ଭରା ଜୀବନ ଜଞ୍ଜାଳେ

କର୍ମ ନୈବେଦ୍ୟ ସମର୍ପି

ପରଉପକାରେ ଜୀଇଁବା ଆଦର୍ଶେ

ଶୁଘଟଣା ନିତ୍ୟ ପ୍ରାପ୍ତି ।



Rate this content
Log in