ଦୁର୍ଗେ ଦୁର୍ଗତି ନାଶିନୀ
ଦୁର୍ଗେ ଦୁର୍ଗତି ନାଶିନୀ
ଆସଗୋ ଜନନୀ ଦୁର୍ଗତି ନାଶିନୀ
ତ୍ରିଶୂଳ ଧାରିଣୀ ମାଆ,
ରକ୍ଷା କର ମା'ଗୋ ତୁମରି ସନ୍ତାନେ
ବିପଦେ ତୁମେ ଯେ ସାହା।।
ଅସୁର ପ୍ରକୃତି ଧରିଛି ମନୁଷ୍ୟ
ଅତ୍ୟାଚାରୀ ଏ ମହୀରେ,
ନାରୀ ର ସମ୍ମାନ ଧୂଳିିାସାତ ଏଠି
ଵଞ୍ଚନ୍ତି ବହୁ କଷ୍ଟରେ ।।
ନାରୀ ଜନ୍ମ ନେଇ ଅସୁରୁଣୀ ହୋଇ
ଉତ୍ପାତ ଯେ କରୁଥାନ୍ତି,
ନ ପାରନ୍ତି ସହି ଅନ୍ୟର ସୁଖ କୁ
ଈର୍ଷା ରେ ମନ୍ଦ ପାଞ୍ଚନ୍ତି ।।
ବାଳୁତ ଶିଶୁ ବି ନୁହେଁ ସୁୁରକ୍ଷିତ
ବିପଦ ରେ ପଡୁୁଥାନ୍ତି,
ତୁମ ଆଗମନରେ ଭୟଶୂନ୍ୟ ସର୍ବେ
ଜୀବନ୍ତ ହୋଇ ଉଠନ୍ତି।।
ତୁମ ପଦାର୍ପଣେ ପାର୍ବଣ ର ଦିନେ
ଉଚ୍ଛୁଳି ପଡଇ ଧରା,
ଯେତେ ଯେତେ ପାପୀ ହୁୁଅନ୍ତି ସନ୍ତାପି
ତୁମ ଆବିର୍ଭାବେ ପରା।।
ମା'ଗୋ ଦିବ୍ୟ ଶକ୍ତି ଦେଉଥାଅ ମୁକ୍ତି
ତ୍ରିନେତ୍ରେ ଧରିତ୍ରୀ ଦେଖ,
ପାପ ଵିନାଶିନୀ ତୁମେ ଗୋ ଜନନୀ
କ୍ରୃପା ଦୃଷ୍ଟି ଟିକେ ରଖ।।
ଆସ ଅବତରି ଧର୍ମ ରକ୍ଷା କରି
ଏହି ମର୍ତ୍ତ୍ୟମଣ୍ଡଳରେ,
ଗର୍ବ, ପାପ ନାଶ ଧର୍ମର ପ୍ରକାଶ
ଦଶହରା ପାର୍ବଣ ରେ।।
ପ୍ରଭାତୀ ଦେବନାଥ।
