STORYMIRROR

Biswajit Sahoo

Others

3  

Biswajit Sahoo

Others

ଦୁର୍ଗା ପୂଜା

ଦୁର୍ଗା ପୂଜା

1 min
219

ଶରତ ଋତୁର ଆଶ୍ୱିନ ମାସରେ,

ଶାରଦୀୟ ଦୁର୍ଗାପୂଜା,

ବୁଲି ଦେଖ ଥରେ ଦଶହରା ମେଢ଼,

ପାଇଯିବ କେତେ ମଜା।


ସୁନା ମେଢ଼ ହେଉ ହେଉ ଚାନ୍ଦି ମେଢ଼,

ମାଆଙ୍କ ମୃଣ୍ମୟୀ ମୂର୍ତ୍ତି,

ହତାଶ ମନକୁ ପୁଲକିତ କରି,

ସିଂହ ପରି ଦିଏ ଫୁର୍ତ୍ତି।


ଓହ୍ଲାଇ ଆସନ୍ତି ଧରାର ପୃଷ୍ଠକୁ,

ମାତା ହୋଇ ଦଶଭୁଜା,

ପାପର ରାଜ୍ୟକୁ ପାଦେ ଦଳି ଦେଇ,

ଉଡାଇବେ ପୂଣ୍ୟ ଧ୍ଵଜା।


ଷଷ୍ଠୀରୁ ଦଶମୀ ଷୋଡ ଉପଚାର ,

ଚଣ୍ଡୀପାଠ ଦିନ ରାତି,

ମାଆଙ୍କୁ ସନ୍ତୁଷ୍ଟ କରାଇ ପାରିଲେ,

ହୁଅଇ ଅଭୀଷ୍ଟ ପ୍ରାପ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍