STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଦୁଇ ଲୁହ ଧାର

ଦୁଇ ଲୁହ ଧାର

1 min
129


ଅନ୍ତଫାଡି଼ ଜନ୍ମ ଦେଇଥିଲା 

ଗୋଟେ ଖୋଲା ହସ ହସିବାକୁ 

ଊଣ ଦେଉଥିଲା ଭବିଷ୍ଯ ପାଖରେ।


ଭବିଷ୍ଯ କିନ୍ତୁ ଶପଥ କରିଥିଲା

ଯଥାସାଧ୍ଯ ଚେଷ୍ଟା ହିଁ କରିବ

ସମୟ ସ୍ରୋତରେ ଋଣର ଭାରକୁ।


ଭବିଷ୍ଯ ଆଜି ବଡ଼ ହୋଇଲାଣି

ଭୁଲି ବି ଗଲାଣି ଶପଥ ଓ ଲକ୍ଷ୍ଯ

ଯାହା ମାଆ ହସିଥାନ୍ତା 

ଶୟନେ ସପ୍ନରେ।


ଆଜି ବୁଢୀ଼ ହୋଇ ଗଞ୍ଜଣା ସହୁଛି

ବୋହୂ ବି ଖଟେଇ ଖଟେଇ ମାରୁଛି

ପୁଅର ସହଯୋଗରୁ

ତାର ଆଖିରେ ଦୁଇ ଧାର ଲୁହ

ଯେମିତି ବୈତରଣୀ ନଦୀର ଗୁଞ୍ଜନ।


କାହାକୁ କହିବ ଦୁଃଖର କାହାଣୀ

ଯାହାକୁ କହିଥାନ୍ତା

ଅନେକ ଦିନରୁ ଯାଇଛି ସେ ପୁର

ହୁଏତ ଖେଳୁଥିବେ ଈଶ୍ବରଙ୍କ ସଙ୍ଗେ।


କେଉଁ ପାପ କରିଥିଲା କେଜାଣି

ଦୁଇ ଧାର ଲୁହ 

ଗର୍ଭିଣୀ ମେଘ ପରି

ନ ଝରେଇ ରହି ପାରୁଛି ନା ସହି ପାରୁଛି?


ପୁଅ ଆଉ ବୋହୂ କିନ୍ତୁ ଖଟେଇବାରେ ମଗ୍ନ

ମରୁ ଗାଈ ଦେଉଥାଉ କ୍ଷୀର।


ସତରେ !

ପାପ ଭାର ଦେହ ଓ ମନରେ

ଅର୍ଜନ କରିବାରେ ଲାଗି ପଡି଼ଛନ୍ତି

ପୁଅ ଆଉ ବୋହୂ

ଏ ସଂସାର ହାଟରେ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍