ଦୁଃସ୍ୱପ୍ନ କି ମରିଚିକା ?
ଦୁଃସ୍ୱପ୍ନ କି ମରିଚିକା ?
ଅନାଇ ବସିଲି ଖାଲି ପଣକୁ
ଖାଲି ଯାଗାଟାରେ ବସି
ଖାଲିରୁ ଫୁଟିବ ଅକ୍ଷର
ଅକ୍ଷରରୁ ଶବ୍ଦ
ଶବ୍ଦରୁ ବାକ୍ଯ
ଆଉ ତୁମକୁ ନେଇ
କେତେ ଧାଡ଼ିର କବିତା ଖଣ୍ଡେ ।
ପ୍ରତ୍ୟେକ ଅକ୍ଷରରେ ଥିବ ତୁମ ଗନ୍ଧ
ପ୍ରତ୍ୟେକ ଜନ୍ମିଥିବେ
ତୁମ ପ୍ରେମର ଔରସରୁ
ଆଉ ମାନସ ଗର୍ଭରୁ
ସେହି ମାନଙ୍କର କେଁ କଟର,
ହସ ଖେଳକୁ ନେଇ
ହେବ ମୋର ନା,
ଆମର ସ୍ୱର୍ଗର କବିତା ଘର ।
ତାଙ୍କର ରୂପ ରଙ୍ଗ,
ହସ ଉଲ୍ଲାସରେ
ଆମେ ଭୂଲିଯିବା ଦିନରାତିକୁ,
ଟାଣ ଖରା, ବର୍ଷା ଆଉ ଶୀତକୁ
ସେଇମାନେ ହିଁ ଗାଇ ଚାଲିବେ
ଆମ ହଦୟ ମଞ୍ଜିର ସାର କଥାକୁ ।
ଯେବେ ସବୁ ଧିରେ ଧିରେ ଚୁପ୍ ହୋଇଯିବ
ଆମେ ବସି ହଜି ଯାଇଥିବା
ସେ ନୀରବତା ଭିତରେ
ଅଚାନକ ଚମକି ପଡ଼ି !
ଆଖି ନିରାଟି ଦୁହେଁ ଦୁହିଁଙ୍କୁ ଦେଖିବା
ଆମ ମଧ୍ଯରେ ଥିବ
ଅଳ୍ପ ଟିକିଏ ଯାଗା
ସେଥିରେ ଟିକିଏ ଶୀତଳ ପବନ
କୁହୁଳୁ ଥିବା ଦେହକୁ
ଜଳାଇ ଦେବାକୁ ।
କେଉଁ ଏକ ଦୂର ଷ୍ଟେସନରୁ ରେଳଟି
କାନଫଟା ହୁଇସିଲଟିଏ ଦେଇ ଛୁଟିଚାଲିବ
ଛାତି ଚିରି ଶୂନ୍ୟତାର
ଧିରେ ଧିରେ ତା'ର ଛାତି ଥରା ଶବ୍ଦ
ମିଶି ମିଶି ଯିବ
ପୁଣି ସେଇ ଖାଲିଟା ଭିତରେ ।
ଆମେ ଦୁହେଁ ଦୁହିଁଙ୍କୁ ଫେରି ପାଇବା
ଚିହ୍ନା ଚିହ୍ନା ଲାଗୁଥିବା ସେଇ ଷ୍ଟେସନରେ
ଗୋଟେ ବେଞ୍ଚରେ ତୁମେ
ମୋ କାନ୍ଧରେ ଭରାଦେଇ
ଶୋଇଥବ ନିଶ୍ଚିନ୍ତ ହୋଇ ।
ତୁମ ଫେରିବାର ସମୟ
ହୋଇ ଯାଇଥିବା ଭଳି ଲାଗିବ
ଆଗରେ ଝୁଲୁଥିବା ଘଡ଼ିଟିକୁ ଦେଖି
ସମୟଟାକୁ ଚିହ୍ନି ପାରୁନଥିବି ।
ଆଗରେ ଖରାଦିନ ସକାଳର
ଟାଇଁ ଟାଇଁ ଖରା
ଆଉ ତୁମର ଲମ୍ବି ଯାଇଥିବା ଛାଇ
ଯାହା ପୁଣି ଲିଭି ଲିଭି ଯାଉଛି ।
ତୁମେ ଦୁଃସ୍ବପ୍ନ କି
ମରିଚିକା ନୁହେଁ ତ ???
