STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଦୁଃଖୀ

ଦୁଃଖୀ

1 min
325

ଜୀବନଟା ସାରା ଦୁଃଖ ଭରିଦେଲ

ହୋଇ ପାରିଲିନି ସୁଖୀ

ଏମିତି ଜୀବନ ଜୀଆଇଁ ରଖିଛ

ମହାବାହୁ ଚକାଆଖି।


ଏତେବଡ଼ ଦାତା ସଂସାର ହାଟରେ

ଜୀବନ ସଉଦା ମୋର

ବାଛିକି ଭରିଲ ହୃଦୟ ଭିତରେ

ରୋଗ ଶୋକ ନିରନ୍ତର।


ପ୍ରଥମେ ତ ପ୍ରଭୁ ସବୁକୁ ଦେଇଛ

ପତ୍ନୀ ପୁତ୍ର ପରିବାର 

ଧନରତ୍ନ ମଧ୍ୟ ଅଭାବ କରିନ

ଉପଭୋଗ ନାହିଁ ମୋର।


ମୋର ପାଇଁ ପ୍ରଭୁ ସଭିଙ୍କ ହୃଦୟେ

ଦେଲି ଦୁଃଖ ପ୍ରତିଦିନ 

ସଭିଏଁ ମୋ ପାଇଁ ଖିନଭିନ ଆଜି

କେ'ଦେଇ ପାରିବେ ଧ୍ୟାନ।


ଖାଇ ପାରିଲିନି ମନଭରି ଖାଦ୍ୟ

ଦେଖିକି ସନ୍ତୁଷ୍ଟ ହୁଏ

ଆଖିଆଗେ ସବୁ ଖାଇ ଯାଉଥିବେ

କେବଳ ଲାଳ ଗଡା଼ଏ।


ମଧୁମେହ ରୋଗ ପ୍ରଥମେ ସ୍ଥାପିଲ

ତାର ପରେ ଗେଟେଗୋଟେ 

ହୃଦୟ ଭିତରେ ଭଣଭଣ ରୋଗ

ସହି ପାରୁନାହିଁ ମୋଟେ।


ଆଖି କାନ ନାକ ହାତ ଗୋଡ଼ ସବୁ

ଅବଶ ହେଲାଣି ମୋର

ନିଷ୍କ୍ରିୟ ଜୀବନ ରଖିଛ କାହିଁକି 

ନେଇଚାଲ ଆରପୁର।


ଭଲଲାଗୁ ନାହିଁ ସବୁଜ ସଂସାର

ଯାହା ତୁମ ଅବଦାନ 

ଉଦ୍ଭିଦ ଓ ପ୍ରାଣୀ ଲାଳାୟିତ କିନ୍ତୁ 

ମୋର ପାଇଁ ମୂଲ୍ୟହୀନ।


ଏତେ ଦୁଃଖ ପ୍ରଭୁ ଯେମିତି ଲଦିଲ

ହୃଦୟ ଭିତରେ ମୋର

ଯଥାଶୀଘ୍ର ନିଅ ତୁମରି ପାଖକୁ

ଅନୁରୋଧ ବାରବାର।


ତୁମ ଏ ହାଟଟା ମୋ ପାଇଁ ଅସହ୍ୟ 

ଆହେ ପ୍ରଭୁ ଜଗନ୍ନାଥ 

ଭସାଇ ଦେବକି ମୋର ପରିବାର

କରିକି ପୂରା ଅନାଥ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍