ଦୁଃଖଦ ଜୀବନ ଛବି
ଦୁଃଖଦ ଜୀବନ ଛବି
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
ହେମନ୍ତ, ବସନ୍ତ ମଧ୍ୟଭାଗେ ଶୀତ କୁହୁଡି ଚାଦର ଢାଙ୍କି
ଅବନୀ ଉପରେ ସୁଖ, ଦୁଃଖ ର ଚିତ୍ର ଦେଇଛି ଆଙ୍କି ।
ଉତ୍ତର ଦିଗରୁ ଲହରେ ପବନ ହୀମଗିରି ଶିଖଛୁଇଁ
ତାହାର ପ୍ରତାପେ ଶୀତେଇ ଉଠଇ ଏଇ ମୋ ମରତ ଭୂଇଁ ।
ସନ୍ଧ୍ୟାକାଳ ଜହ୍ନ ଦିଶେ ଧୂମ୍ରବର୍ଣ୍ଣ ଝରାଏ ଶିଶୀର କଣା
ବରଫ ସେଜରେ ସତେକି ଗୋ ଉର୍ବୀ ହେଉଅଛି ବାଟବଣା ।।
ଏକାଳେ ଏକଇ ଦୁଃଖିନୀ ତାର କୁନି ଶିଶୁ କୋଳେ ଧରି
ସହର ତଳିର ଦୋକାନ ଦୁଆରେ ବସିଛି ମନକୁ ମାରି ।
କେଡେ ଅଭାଗିନୀ ହୀନିକପାଳି ମୁଁ ନାହିଁ କିଛି ଆଶ ବାସ
କୁହ କୁହ ପ୍ରଭୁ ମୋ ଜୀବନେ କିଆଁ ଭରିଦେଇଛ ନିରାଶ ।
ବିଳପେ ହୃଦୟ ଶୀତ ଜରଜର ଆହା କି ବିକଳ ଭରେ
ବୁକୁରେ ଜାବୁଡ଼ି ନୟନପିତ୍ତୁଳା ଛିଣ୍ଡା ବସନ ଉହାଡେ ।
କି ଦୋଷେ କି ଅବା ପାପେ ଏ ଜନମ ଦେଇଅଛ ଧରାତଳେ
ମୁଁ-ସିନା ପାପି ନିଷ୍ଠାପ ଶିଶୁ ମୋ ଯନ୍ତ୍ରଣା କିଆଁ ସହେ ।
ନିଃଶବ୍ଦ ରଜନୀ ନିଶାଗରଜନ ସଙ୍ଗେ କାକର ବରଷା
ଶୀତଳିତ କରି ଥରାଇ ଦେଉଛି ଥରି ଉଠୁଥିଲା ରସା ।
ଦେହ ଲୁଚୁନାହିଁ ସାତସିଆଁ ତାର ପିନ୍ଧା ପଣତ କାନୀରେ
ଘୋଡାଇ ଦେଉଛି କୋଟିନିଧୀ ସମ ସେ ଅମୃତ ସନ୍ତାନରେ ।
ତଥାପି ଜନନୀ ଜନମ ଦାୟିନୀ ଆଶାଦୀପ ର ଉତ୍ତାପେ
ଉଷ୍ମତା ଭରି ଦିଏ ସତେ ତାର ପଣତ ଉହାଡ ତଳେ ।
ରାତି ସରୁ ନାହିଁ ସକାଳ ସୁରୂଯ ଆଖିପାଉନାହିଁ ରାତି
ତଥାପି ଆଶା ର ପ୍ରତିକ୍ଷା ପ୍ରଭାତ ରାତି ଯାଉ ଅଛିବିତି ।
ଫୁଙ୍ଗୁଳା ଦେହରେ ଶୂନ୍ୟ ଆଶ୍ରୟରେ ରାତି ଶୀତ ଦିଏ ଢାଙ୍କି
ଏ ଦୁଃଖଦ ଚିତ୍ର କଲମେ ପ୍ରଫୁଲ୍ଲ ଲୂହରେ ଦେଇଛି ଆଙ୍କି ।