ଦୁଃଖଦ ଆବିଷ୍କାର
ଦୁଃଖଦ ଆବିଷ୍କାର
1 min
6.7K
ଆଟମ୍ ବମ୍ କୁ ଆଇନଷ୍ଟାଇନ୍
ଡାଇନାମିକକୁ ନୋବେଲ୍
ଆବିଷ୍କାର କରି ଦୁନିଆକୁ ଦୁହେଁ
ଦେଖାଇଥିଲେ ସେ ମାର୍ଭେଲ୍ ।।
ଦୁହିଁଙ୍କର ଏହି ଆବିଷ୍କାର ପାଇଁ
ମରିଛନ୍ତି ବହୁ ଲୋକ
ଯା'ଦ୍ବାରା ସେମାନେ ଅନେକଙ୍କଠାରୁ
ଶୁଣିଛନ୍ତି କଟୁ ବାକ୍ୟ ।।
ଯଦିଓ ସମାଜ ହିତ ପାଇଁ ଦୁହେଁ
କରିଥିଲେ ଆବିଷ୍କାର
କିନ୍ତୁ ତାହା କେତେ ଲୋକଙ୍କ ଦ୍ବାରା
ହେଲା ଦୁର୍ବ୍ୟବହାର ।।
ଦୁହିଁଙ୍କ ମଧ୍ୟରୁ ଜଣେ ହେଲେ ବଡ
ସାଇଣ୍ଟିଫିକ୍ ତତ୍ତ୍ବ ଦାତା
ଆଉ ଜଣେ ହେଲେ ଦୁନିଆର ବଡ
ପ୍ରାଇଜର ସୃଷ୍ଟିକର୍ତ୍ତା ।।