STORYMIRROR

Chinmayee Sahoo

Others

3  

Chinmayee Sahoo

Others

ଦୁଃଖ ଯେତେ ନେଏ ହରି

ଦୁଃଖ ଯେତେ ନେଏ ହରି

1 min
218


*"ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ*

*ଦେଖୁ ଦେଖୁ କେବା ସହୁ*

*ମୋ ଜୀବନ ପଛେ ନର୍କେ ପଡ଼ିଥାଉ*

*ଜଗତ ଉଦ୍ଧାର ହେଉ।"*

(ସ୍ତୁତି ଚିନ୍ତାମଣି-ସନ୍ଥ କବି ଭୀମଭୋଇ)


ଆହେ କଳା ଶଶୀ ତୋ କୃପା ପରଶି

ଦୁଃଖ ଯେତେ ନେଏ ହରି

ସତ୍ୟ ଦୟା କ୍ଷମା ସର୍ବସଦଗୁଣେ

ସଂସାର ହସୁ ଶ୍ରୀହରି।


ଏ ଘୋର ବିପଦେ ଜଗତ ବିଷାଦେ

ଭୀତତ୍ରସ୍ତ ଜଗଜ୍ଜନ

ତୁ' ନ ରଖିଲେ କିଏ ବା ରଖିବ

ହେ ପ୍ରଭୁ ଚକା ନୟନ।


ଦେଖି ଏ ପ୍ରମାଦ ହଜି ଯାଏ ନିଦ

ଚିନ୍ତା ବଢେ ଦିନୁ ଦିନ

ତୁହି ତ ସକଳ ଶକତି ଆଧାର

ଅସମ୍ଭବ କିବା ପୁଣ ?


ତୋହରି ଶରଣେ ତୋହରି ଚରଣେ

ଭକତ ଗୁହାରି କରେ

ସବୁ କିଛି ଛାଡି ତୋ ପାଖେ ଆସଇ

ସେଇ ଦୃଢ଼ ବିଶ୍ୱାସରେ।


ତୁ ଯେବେ ଚାହିଁବୁ ବ୍ୟାଧି ହରିନେବୁ

ନୋହିବେ ଭକ୍ତ ନିରାଶ

ହସିବ ସଂସାର ହେ କରୁଣାକର

ଦିଅ ହେ ଏଇ ବିଶ୍ୱାସ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍