ଦୁଃଖ ପ୍ରଶମନ
ଦୁଃଖ ପ୍ରଶମନ
ଅଜ୍ଞାନର ଅନ୍ଧକାର
ଗାଢ଼ ହେଇଗଲା ପରେ
ତୁମ କରୁଣାରେ
ଉଦ୍ଭାସିତ ହୋଇଉଠେ
ଯାହାର ଜଠର,
ଦେବକୀ ମାଆ ସେ
ଗୁମୁରି ଗୁମୁରି କାନ୍ଦୁଥାଏ
ସହୁଥାଏ ଦୁଃଖ
ପୁତ୍ର ବିଚ୍ଛେଦର।।
ଗୋପ ନଗରୀରେ
ନାଚୁଥାଏ ଖୁସୀର ଲଗନ
ନନ୍ଦନନ୍ଦନର ଜନ୍ମଦିନ।
ଜଳ, ସ୍ଥଳ, ଆକାଶ, ବତାସ
ସବୁ କୃଷ୍ଣକଳାରେ ରଙ୍ଗୀନ।
ହେବ କଷ୍ଟ ଦୁରିଭୂତ
ଅଷ୍ଟମ ଗର୍ଭ ରେ ହେବ ଭବିଷ୍ୟତ ବଳିୟାନ।
ସକଳ ପାପଭାରା ନାଶ କରି
ଧର୍ମ ପ୍ରତିଷ୍ଠା ପାଇଁ
ଅନ୍ଧକାରରେ ବିଶ୍ୱଜନଙ୍କୁ
କରୁଣା ପରଶରେ
ଭିଜେଇଦବାକୁ
ପରିତ୍ରାଣ କରିବାକୁ
କଂସ ପରି ଅନେକ ଅସୁରଙ୍କ ଠାରୁ
ରକ୍ଷାକରିବା ପାଇଁ
ଆସିଛ ଓହ୍ଲାଇ।
ଅଷ୍ଟମୀ ତିଥୀର
ମହାର୍ଘ୍ୟ ମୁହୁର୍ତ୍ତରେ,
ଜନ୍ମ ନେଇଛ ବୋଲି
ଜନ୍ମାଷ୍ଟମୀରେ ଉଠୁଛି ପଡୁଛି ନନ୍ଦଘର ।
ନନ୍ଦ ଯଶୋଦାଙ୍କ ପୁଲକିତ ପ୍ରାଣ
କରେ ଖୁସୀ ଆବାହନ।
ହେ କୃଷ୍ଣ, ହେ ମନମୋହନ
କୃଷ୍ଣମୟ ଜଗତରେ
ହୋଇଯାଉ ସବୁତକ
ଦୁଃଖ ପ୍ରଶମନ।