STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଦୁଃଖ ଚାରିକାନ୍ଥ ଓ ନିୟତି

ଦୁଃଖ ଚାରିକାନ୍ଥ ଓ ନିୟତି

1 min
171

ମୋର ଦୁଃଖ ଚାରିକାନ୍ଥ ଭିତରେ

ଯେଉଁଠୁ ବାହାରିବା ମୁସ୍କିଲ

କାହିଁକି ଏମିତି ହୁଏ

କିଏ ଦେବ ଏହାର ଉତ୍ତର?


ବସି ଭାବୁଥିଲି ମୁହିଁ 

ସକାଳର ଡହଡ଼ହ ଖରା ଆସିବା ଆଗରୁ଼।


ହଠାତ !

କିଏ ଜଣେ ସାମ୍ନାକୁ ଆସିଲା

ମୁରୁକି ହସି କହିଲା

ଇଏ ନିୟତିର ନାଟ

ଯାହା ତୁମ ପୂର୍ବ ନିର୍ଦ୍ଧାରିତ।


କିଛି ବୁଝି ପାରିଲିନି

ବଲବଲ କରି ଚାହିଁଲି କେବଳ।


ପୁଣି କହିଲା ଜୀବର କର୍ମ ହିଁ

ତାକୁ ଆଣିଦିଏ ଦୁଃଖ

ଚାରିକାନ୍ଥ ଭିତରକୁ ପୂରା ନେଶି ଦେଇ।


ସେ ଚଳଚ୍ଚିତ୍ର ପରି ଦେଖାଇଲା

ମୋର ପୂର୍ବ ଜନ୍ମର କର୍ମକୁ

ମୁଁ ମୋର ବାପା ଓ ମାଆଙ୍କୁ କେମିତି

ଦୁଃଖର ହାଟରେ ବସେଇଥିଲି?


ଆଖିରୁ ଝରଝର ଲୁହ

ଦୁଃଖ ହୋଇ ବହିଗଲା

ଚାରିକାନ୍ଥ ଭିତରେ ଯାହା ନିୟତି ନିର୍ଦ୍ଦେଶ।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍