ଦୁଃଖ ଚାରିକାନ୍ଥ ଓ ନିୟତି
ଦୁଃଖ ଚାରିକାନ୍ଥ ଓ ନିୟତି
ମୋର ଦୁଃଖ ଚାରିକାନ୍ଥ ଭିତରେ
ଯେଉଁଠୁ ବାହାରିବା ମୁସ୍କିଲ
କାହିଁକି ଏମିତି ହୁଏ
କିଏ ଦେବ ଏହାର ଉତ୍ତର?
ବସି ଭାବୁଥିଲି ମୁହିଁ
ସକାଳର ଡହଡ଼ହ ଖରା ଆସିବା ଆଗରୁ଼।
ହଠାତ !
କିଏ ଜଣେ ସାମ୍ନାକୁ ଆସିଲା
ମୁରୁକି ହସି କହିଲା
ଇଏ ନିୟତିର ନାଟ
ଯାହା ତୁମ ପୂର୍ବ ନିର୍ଦ୍ଧାରିତ।
କିଛି ବୁଝି ପାରିଲିନି
ବଲବଲ କରି ଚାହିଁଲି କେବଳ।
ପୁଣି କହିଲା ଜୀବର କର୍ମ ହିଁ
ତାକୁ ଆଣିଦିଏ ଦୁଃଖ
ଚାରିକାନ୍ଥ ଭିତରକୁ ପୂରା ନେଶି ଦେଇ।
ସେ ଚଳଚ୍ଚିତ୍ର ପରି ଦେଖାଇଲା
ମୋର ପୂର୍ବ ଜନ୍ମର କର୍ମକୁ
ମୁଁ ମୋର ବାପା ଓ ମାଆଙ୍କୁ କେମିତି
ଦୁଃଖର ହାଟରେ ବସେଇଥିଲି?
ଆଖିରୁ ଝରଝର ଲୁହ
ଦୁଃଖ ହୋଇ ବହିଗଲା
ଚାରିକାନ୍ଥ ଭିତରେ ଯାହା ନିୟତି ନିର୍ଦ୍ଦେଶ।
