ଦୁହିତା
ଦୁହିତା
ଦୁହିତା ଜନମ ଦୁଇ କୁଳକୁ ଲୋ
ଏକଥା କେବେ ତୁ ଭୁଲିବୁ ନାହିଁ
ଝିଅ ବିଦା ବେଳେ କହୁଥିଲା ମାଆ
ଝିଅ ଲୁହ ଭିଜା ମୁହଁକୁ ଚାହିଁ
ଶାଶୁ ଘରକୁ ତୁ ପର ଘର ବୋଲି
ଭାବିବୁ ନାହିଁଲ ମୋ ସୁନାଝିଅ
ଶାଶୁ ଘର ପରା ତୋପାଇଁ ମନ୍ଦିର
ଶାଶୁ ଶଶୁର ତୋ ଚଳନ୍ତି ଦିଅଁ
ନିଇତି ସକାଳେ ଭକତି ମନରେ
ଶାଶୁ ଶଶୁରଙ୍କୁ ପ୍ରଣାମ କରି
ତାଙ୍କ ପାଦଧୂଳି ପାଦୁକ ପାଣିକୁ
ପିଇଲେ ମଙ୍ଗଳ ହେବ ତୋହରି
ସ୍ୱାମୀ ସେବା ସାଥେ ଜାଣିଥା ଲୋ ଝିଅ
ଶାଶୁ ଶଶୁରଙ୍କ ସେବା କରିବୁ
ଦେଢଶୁରଙ୍କୁ ତୁ ସମ୍ମାନ ଦେବୁ ଲୋ
ବଡ଼ ଯାଆ ସାଥେ ମିଶି ଚଳିବୁ
ଦିଅର ନଣନ୍ଦମାନଙ୍କୁ ତୁ ସଦା
ଭାବିବୁ ତୋ ସାନ ଭଉଣୀ ଭାଇ
ସେନେହ ମମତା ଆଦରରେ ତାଙ୍କୁ
କେବେହେଲେ ଉଣା କରିବୁ ନାହିଁ
ଛୋଟ ଛୋଟ କଥା ଧରିବସି କେବେ
କଳି କରିବୁନି କାହା ସାଥିରେ
ଘରକୁ ତୋହର ମନ୍ଦିର ପରିକା
ସଜେଇବୁ ଝିଅ ନିଜ ହାତରେ
