STORYMIRROR

Arendra Kumar

Others

3  

Arendra Kumar

Others

ଦୁହିତା

ଦୁହିତା

1 min
133

ଦୁହିତା ଜନମ ଦୁଇ କୁଳକୁ ଲୋ

         ଏକଥା କେବେ ତୁ ଭୁଲିବୁ ନାହିଁ

ଝିଅ ବିଦା ବେଳେ କହୁଥିଲା ମାଆ

           ଝିଅ ଲୁହ ଭିଜା ମୁହଁକୁ ଚାହିଁ


ଶାଶୁ ଘରକୁ ତୁ ପର ଘର ବୋଲି

         ଭାବିବୁ ନାହିଁଲ ମୋ ସୁନାଝିଅ

ଶାଶୁ ଘର ପରା ତୋପାଇଁ ମନ୍ଦିର

          ଶାଶୁ ଶଶୁର ତୋ ଚଳନ୍ତି ଦିଅଁ


ନିଇତି ସକାଳେ ଭକତି ମନରେ 

           ଶାଶୁ ଶଶୁରଙ୍କୁ ପ୍ରଣାମ କରି

ତାଙ୍କ ପାଦଧୂଳି ପାଦୁକ ପାଣିକୁ

         ପିଇଲେ ମଙ୍ଗଳ ହେବ ତୋହରି


ସ୍ୱାମୀ ସେବା ସାଥେ ଜାଣିଥା ଲୋ ଝିଅ

          ଶାଶୁ ଶଶୁରଙ୍କ ସେବା କରିବୁ

ଦେଢଶୁରଙ୍କୁ ତୁ ସମ୍ମାନ ଦେବୁ ଲୋ

          ବଡ଼ ଯାଆ ସାଥେ ମିଶି ଚଳିବୁ


ଦିଅର ନଣନ୍ଦମାନଙ୍କୁ ତୁ ସଦା

        ଭାବିବୁ ତୋ ସାନ ଭଉଣୀ ଭାଇ

ସେନେହ ମମତା ଆଦରରେ ତାଙ୍କୁ 

       କେବେହେଲେ ଉଣା କରିବୁ ନାହିଁ


ଛୋଟ ଛୋଟ କଥା ଧରିବସି କେବେ

          କଳି କରିବୁନି କାହା ସାଥିରେ

ଘରକୁ ତୋହର ମନ୍ଦିର ପରିକା

          ସଜେଇବୁ ଝିଅ ନିଜ ହାତରେ



Rate this content
Log in