STORYMIRROR

Baby Nayak

Others

2  

Baby Nayak

Others

ଦୁହିତା

ଦୁହିତା

1 min
296



ମୁଁ ଅନିଚ୍ଛାକୃତ ଆତ୍ମ ସମର୍ପଣ

କାମନାର ଚିତାନଳେ,

ଦୀପ ଜଳେ ବୋଲି ହୁରି ପଡିଥାଏ

ସଳିତା କାହିଁକି ସରେ ??

ଭଙ୍ଗା ସପନକୁ ସାଉଁଟି ଚାଲିଛି

ମୁଁ ଏକ ଦରଦୀ ମନ,

ହୃଦୟରେ ମୋର ସାଇତା ରହିଛି

(ତୁମ) ଅବଜ୍ଞାର ପାଦଚିହ୍ନ ।

ମାନ ଅପମାନ ମୋ ପାଇଁ ସମାନ

ଲହୁ ଲୁହ ଏକାକାର ,

ତୁମ ଖୁସି ପାଇଁ ଆପଣା ଇଚ୍ଛାରେ

ଯାହା ଚାହଁ କହିପାର ।

କର୍ତ୍ତବ୍ୟବୋଧର ଲମ୍ବା ତାଲିକାଟେ

ହୋଇଛି ମୋ ଆଗେ ଥୁଆ ,

ଅଧିକାର କଥା କହିବି ଯେଦିନ

ଜଳିବ ସେଦିନ ନିଆଁ ।

ମୋ ଭିତରେ "ମୁଁ" ଜମାଟ ବାନ୍ଧିଛି

ଦୁଃଖର ବରଫ ହୋଇ,

ତରଳିଯିବ ସେ ଯଦି କେଉଁ ଦିନ

ପାଲଟିବ ନିଶ୍ଚେ ନଈ ।

ସେ ନଦୀରେ ଥରେ ବନ୍ୟା ଆସିଲେ

ତାକୁ କିଏ ରୋଧିପାରେ ,

ମନେ ରଖିଥାଅ ଏଇ ଦୁନିଆକୁ

( ମୁଁ)ଲୁହରେ ଭସାଇ ପାରେ ।

ମାନ ସନମାନ କିଛି ଲୋଡା ନାହିଁ

ମାଗେ ଖାଲି ଟିକେ ସ୍ନେହ

ସେତିକି ଦେବାରେ କାର୍ପଣ୍ୟ କାହିଁକି

ମୁଁ କ'ଣ ମଣିଷ ନୁହଁ ??


ବେବୀ ଲତା ନାୟକ

ଶିକ୍ଷୟିତ୍ରୀ

ଭୁବନେଶ୍ଵର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍