STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ଦୁହିତା

ଦୁହିତା

1 min
677



ଶଶାଙ୍କ ଶେଖର ରାୟ


ନିଜ ଗାଁ ଏନ୍ତୁଡିଶାଳାରୁ

ପର ଗାଁ ଶ୍ମଶାନଭୂଇଁ ଯାଏଁ

ଲମ୍ଵିଛି ମୋ ଜୀବନର ପଥଟିଏ

ଖଣ୍ଡାଧାରେ ଚାଲିବାକୁ ପଡେ

ଅତି ସତର୍କତାର ସହ

କାହିଁକିନା

ମୁଁ କୁଆଡେ ହାଟିହାଣ୍ଡିଟିଏ

ମାରା ହୋଇଯିବି କାଳେ

କେଉଁ ଜିଅନ୍ତା ପ୍ରେତର ଛୁଆଁରେ ।

ଭୟର କଳା ବାଦଲ ଉହାଡେ

ଲୁଚିଯାଏ ଉଇଁଥିବା ମୋ ସୂର୍ଯ୍ୟ

ଅନ୍ଧାର ଡରାଏ ପାଳଭୂତ ସାଜି

ବାଟ ଓଗାଳି ଭୂଲାଇଦିଏ

ଉଡିବାର ସ୍ଵପ୍ନ ଖୋଲା ଆକାଶରେ ।

ସବୁବେଳେ ମାପିଚୁପି ସୁସଂଯତ

ଓଢଣୀତଳେ ମନ ଆଉ ଦେହ

ନଜର ଜଞ୍ଜିରେ ବନ୍ଧା ମୁଁ କଏଦୀ

ସଜା କାଟୁଥାଏ ବିନାଦୋଷେ ।

ଟିକିଲିରୁ ସିନ୍ଦୁର ଟୋପାଟିଏ

ପୋଷାକରୁ ଶାଢୀ ଦେଇ ହାତେ ମୁଠେ ଚୁଡି

ଫାଶିଦିଅ ମୋର ସବୁ ସ୍ଵାଧୀନତାକୁ ।

କୁଢ କୁଢ ଜଞ୍ଜାଳ ବୋଝର

ପାଳ ଦଉଡିରେ

ଧାନ ଓଳିଆ ପରି

ନିବୁଜ କରି ବାନ୍ଧିଦିଅ ମୋ ସ୍ଵପ୍ନକୁ

ଆଉ କାହା ବାରଣ୍ଡାରେ

ସୁନେଲି ଭବିଷ୍ୟତଟିଏ ଗଢିବା ଲକ୍ଷ୍ୟରେ ।

,,,,,,,,,,,,,,,

ମୋ - ୭୩୭୭୧୯୭୯୯୯

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍