ଦଶ ଦିଗପାଳ
ଦଶ ଦିଗପାଳ
ମାନବ ସୃଷ୍ଟିରେ
ଦଶ ଦିଗପାଳ ଙ୍କ
ମହିମା ରହିଛି ଅପାର
ଦଶ ଦିଗପାଳ
ହୁଅନ୍ତି ପୂଜିତ
ହୋମ ଯଜ୍ଞ କଲେ ପାଳନ
ଦଶ ଦିଗପାଳ
ଆମ ରକ୍ଷା କର୍ତ୍ତା
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ
ଜନମ ଶେଷରେ
ଜୁଇ ନିଆଁ ଆଗୁ
ଡାକନ୍ତି ମାଲ ଗଣ
ସ୍ମଶାନ ଘାଟରେ
ଦଶ ଦିଗପାଳ ଡାକି
ଶବ ହୁଅଇ ଲଦନ
ଦଶ ଦିଗପାଳ ଙ୍କୁ
ସୁମରଣା କରି
କୋକେଇରେ ହୁଏ
ଅଗ୍ନୀ ସଂଯୋଗ
ଶବ ଏଠି ଶିବ
ଆଉ କେହି ନୁହେଁ
ଦଶ ଦିଗପାଳରୁ ଏକ
ଦଶ ଦିଗପାଳ
ଦୟା ରଖିଥିଲେ
ବିପଦ କେବେନ ଆସିବ
ଧନ ସମ୍ପଦରେ
କାର୍ଯ୍ୟ ସଫଳରେ
ଐଶ୍ୱର୍ଯ୍ୟ ଭରିଥିବ
କୁବେରଙ୍କ ଦୟା
ସଦା ରହିଥିବ
ଦଶ ଦିଗପାଳ
ସୁମରଣା କରି
ଯାଉ ଏ ଜୀବ ଜୀବନ |
