STORYMIRROR

Paramita Sarangi

Others

3  

Paramita Sarangi

Others

ଦ୍ରଷ୍ଟା

ଦ୍ରଷ୍ଟା

1 min
25.8K


ଆଖିରୁ ଲୁହ ଝରାଇ ବି ବା କାହିଁକି?

ଆଉ କିଛି ଦିନର ଅପେକ୍ଷା

ବର୍ଷା ଆସିଯିବ ଯେ

ମୁଁ ତ ଲୁଗା ସୁଖା ତାର‌ଟିଏ ପରି

ବନ୍ଧା ହୋଇ ରହିଛି

ଏ ଗଛରୁ

ସେ ଗଛର ବାଳକୁ

ଶୂନ୍ୟ ପଡ଼ିଆରେ

ତାତିଲା ନିଃଶ୍ଵାସକୁ ମଝିରେ ରଖି

ନିରବରେ ଦେଇଥିଲ

କିଛିଟା ତ ଆଶ୍ଵସ୍ତିର ମୁହୂର୍ତ୍ତ

କୋଉଠି ନେଇ ପାରିଲି କି?

ସବୁ ‌‌‌‌‌ତୋର ବୋଲି ‌

କହି ସାରିଲା ପରେ

ଆଉ ମୁଠାଏ ସଙ୍କୋଚ ରହିଛି କେଉଁଠି?

ସତରେ କୋଉଠି ଅଛି

ସେ ଲୁହ

ସେ ତାତିଲା ନିଃଶ୍ଵାସ

ଅଙ୍ଗେ ନିଭାଇଛି ସେ ପବନକୁ

ଯେଉଁ ଥିରେ ଥିଲା

ଗଜରାଜଙ୍କ ବିଶ୍ଵାସ

ମୃଗୁଣୀର ପ୍ରାର୍ଥନା

ଜାଣିଛି ତୁମେ ଆସିଯାଅ

ରୂପ କି ଅରୂପରେ

ହେଲେ ଆଜି କାହିଁକି

ପାଉନି ତୁମକୁ

କେଉଁଠି ତୁମେ

କ୍ଷୀର ସାଗରରେ

ହିମାଳୟରେ

କି କେଉଁ ପଥରରେ

ତୁମେ ଅଛଟି ସତରେ

ମୁଁ ତ ଭିଡ଼ି ଧରିଛି ତୁମକୁ

ମୋ ବିଶ୍ଵାସରେ

ପାଲଟି ଯିବାକୁ ଦେବିନି

ଖାଲି ଗୋଟେ ନିରବ ଦ୍ରଷ୍ଟାରେ

ଦେଖିବାକୁ ସେ ବଣିଟିର ଛଟପଟ

ତା ଭଙ୍ଗା ଡେଣାକୁ ନେଇ

ସତରେ କେଉଁଠି ତୁମେ

ଆସିବଟି , ଏ ବର୍ଷାରେ

କି ଲୁହରେ।

ପାରମିତା ଷଡ଼ଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍