STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଦର୍ପଣ

ଦର୍ପଣ

1 min
252


ତୁମେ ତ ସ୍ଵଚ୍ଛ ଓ ପବିତ୍ର

ସାମ୍ନାରେ ଠିଆ ହେଲେ ସବୁର ହିଁ ଦେଖୁଥାଉ ନିଜକୁ

ଯେମିତି ତାଳରୁ ତଳିପା 

ଲଜ୍ଜା ଆଉ ଘୃଣାକୁ ବି...।


ତୁମେ ଏମିତି ହୁଅ କିଆଁ 

କିଛି ବି ଲୁଚାଅ ନାହିଁ ମୋର

ପୂରା ଅବୟବ ଧରା ପଡି଼ଯାଏ ସମ୍ମୁଖକୁ ଗଲେ।


ମୋର ପାପ ଓ ପୁଣ୍ୟର ସାରାଂଶ

ମିଶାଣ,ଫେଡା଼ଣ,ଗୁଣନ ଓ ହରଣ।


ଖେଳେଇ ଦିଅ କାହିଁକି କୁହ ତ

ଭାବରେ ଭାବରେ

ଗୋଟାପଣେ ମୋର କୌଣସି କୁହୁକ ବି

କାମ କରେ ନାହିଁ 

ତୁମ ସେ ମାୟାର ଜାଲରେ।


ଦର୍ପଣ ପରି 

ଏଇ ବି ବିଲକୁଲ ସତ୍ଯାଟେ

ଦିନେ ଯାହା ହୋଇଗଲା ବା ହେବାକୁ ଥିଲା

କହିଗଲା ତା ମାଆଙ୍କ ସମ୍ମୁଖେ।


ଏବେ ତ ହୋସ ଉଡା଼ଇ ସାରିଲାଣି

ତଣ୍ଟିରେ ଧରି ଯଦି ବେକରେ ଓହଳେ?


ହସିଦେଲା ଯେମିତି ଅହରହ ଦର୍ପଣ ହସୁଥାଏ

ସତ୍ଯତା ପଦାକୁ ଆଣିବାକୁ

ବୁଡା଼ଇ ମାରିବାକୁ ମୋ ଦଶଦିଶ।


ଆଜିକାଲି ଦର୍ପଣ ଦେଖିଲେ ହିଁ ଚମକୁଛି

ଯେମିତି ଭୂତ ମୋର ଶରୀରରେ

ଘୂଣ ପୋକ ପରି

କୋରି ଖାଉଛି ଅହରହ

ଏ ଜୀବନ ମୃତ୍ଯୁର ଆଡ଼କୁ ନେଇଯିବା ପାଇଁ।


ହେ ଦର୍ପଣ !

ଟିକିଏ ଥୟଧର ତ

ଆଉ ଆସିବିନି ସମ୍ମୁଖକୁ

ଦେଖିବା କି ଦେଖେଇ ହେବା ନିଶାରେ

ତୁମେ ଖାଲି ଝୁଲିରୁହ

ତୁମର ସେ କାନ୍ଥରେ

ଯେମିତି ଆକାଶର ଚାନ୍ଦ ଆଉ ରବି।


ନା ଆଉ ନୁହେଁ 

ତୁମକୁ କୋଟିଏ ଜୁହାର

କୁହୁକ ଓ ମାୟାବିନୀ ହେ ଦର୍ପଣ !

           


Rate this content
Log in