STORYMIRROR

Anam Charan Sahoo

Others

3  

Anam Charan Sahoo

Others

ଦରିଦ୍ର

ଦରିଦ୍ର

1 min
214

ଭୋକ ବିକଳରେ ଯେଉଁ ଜନ ମରେ

ଗରୀବ ନୁହେଁ ତ ସେହି

ହୃଦୟ ଯାହାର ସବୁଠୁ ନିକୃଷ୍ଟ

ଦରିଦ୍ର ତାକୁ ହିଁ କହି।

ପାଶେ ଥାଇ ଧନ ନଦିଏ ଯେ ଦାନ

ସଂସାରେ ଗରୀବ ଜାଣ

ମାଟି ଘଟ ତା'ର ମାଟିରେ ମିଶିବ

ଯେତେବେଳେ ଯିବ ପ୍ରାଣ।

ନ ଜାଣିଇ ଯିଏ ଥାଇବି ସମାଜେ

ସାମାଜିକ ମୂଲ୍ୟବୋଧ

କହନ୍ତି ଜଗତେ ଦେଖାଇ ତାହାରେ

ମଣିଷ ରୁପରେ ଗଧ ।

ନକହେ ଯା' ମୁଖ ମଧୁର ବଚନ

ଅଟେ ସେ କୃପଣ ଜନ

ଧନ ଥାଉ ପାଶେ ସବୁ ହାରେ ଶେଷେ

କଳୁଷିତ ତାହା ମନ।

ସରକାରଙ୍କର ଜନହିତକର

ଯୋଜନାର ଅର୍ଥ ଲୁଟି

ଖାଏ ଯେଉଁ ନର ଅଟେ ସେ ବର୍ବର

ସଂସାରେ ଅଧମ ଗୋଟି।

ଥାଇ ବାହୁବଳ ଜାଣି କଉଶଳ

କର୍ମ ନକରେ ଯେ ଜନ

ତାପରି ଦରିଦ୍ର ବିଶ୍ୱରେ ବିରଳ

କହିଗଲେ ମହାଜନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍