ଦରଦୀ ବନ୍ଧୁ
ଦରଦୀ ବନ୍ଧୁ
1 min
316
ଲେଖୁଥିଲି ନିଶି କବିତା
ନୀଳ ନଭ ବକ୍ଷରେ,
ସୁନ୍ଦର ଛନ୍ଦରେ ସଜାଇ
ତାରା ଜ୍ୟୋତି ଅକ୍ଷରେ ।
କାହା ପାଦ ଶବ୍ଦ ଶୁଭିଲା
ଭାବନା ଗଲା ହଜି,
କେହି ମୋର ପାଖେ ବସିଲା
ସେ ଜୋଛନା ରେ ଭିଜି ।
ନୀରବେ ନୀରବତା ଭାଙ୍ଗି
ଗଲା ଅଦୃଶ୍ୟ ହୋଇ,
ଅଟକି ରହିଲି ମୁଁ ସେଠି
ତା'ର ବାଟକୁ ଚାହିଁ ।
ଆସିବ ଆସିବ ବୋଲି ତ
ହେଲା ଯାମିନୀ ଇତି,
ଅରୁଣ କିରଣ ପ୍ରକାଶେ
ମିଳିଲାନି ତା' ପ୍ରୀତି ।
ବେଦରଦୀ ହୋଇବ ନାହିଁ
ମୋର ଦରଦୀ ବନ୍ଧୁ,
ଶୁଖିଲା ଓଠରେ ସିଞ୍ଚିବ
ପ୍ରେମ ଅମୃତ ବିନ୍ଦୁ ।