STORYMIRROR

#all in one adii

Others

4  

#all in one adii

Others

ଦ୍ରୌପଦୀ ବସ୍ତ୍ର ହରଣ

ଦ୍ରୌପଦୀ ବସ୍ତ୍ର ହରଣ

1 min
177

କୌରବ କୂଟ ଆଚରିଣ

ପଣ୍ଡୁଙ୍କୁ ଖେଳେ ହରାଇଣ।

ରାଜ୍ୟ ସଂପଦ ସବୁନେଲେ

ଶେଷରେ ଦ୍ରୈ।ପଦୀ ରହିଲେ ।

କୌରବ କୂଳ ଅଭିମାନୀ

ଦୁର୍ଯ୍ୟୋଧନ ଚିନ୍ତିଲା ପୁଣି।

ଏବେ ବି ପଣ୍ଡୁଏ ହାରିବେ

ହାରିଲେ କିସ ସମର୍ପିବେ।

ଦ୍ରୌପଦୀ ରମଣୀ ରତନ

ରଖିବ ଧର୍ମ ସୁତ ପୁଣ।

ଏମନ୍ତ ଚିନ୍ତି ଦୁର୍ଯ୍ୟୋଧନ

ପୁଣି ଖେଳରେ ଦେଇ ମନ।

ଯୁଧିଷ୍ଠି ସର୍ବସ୍ଵ ହାରିଲେ

ତଥାପି ଖେଳୁ ନ ବର୍ତ୍ତିଲେ।

ଖେଳରେ ଦ୍ରୈ।ପଦୀ ରଖିଲେ

ପଶା ଖେଳରେ ହାରିଗଲେ।

ସର୍ତ୍ତାନୁସାରେ ପଣ୍ଡୁସୁତ

ଦ୍ରୌପଦୀ ଅର୍ପିବା ନିଶ୍ଚିତ।

ପାଞ୍ଚାଳୀ ସଭା ମଧ୍ୟେ ହେଲେ

କୌରବେ ଆନନ୍ଦେ ହସିଲେ।

ଦୁର୍ଯ୍ୟୋ ଯେ ଦୁଃଶାସନେ ଚାହିଁ

ସଭା ମଧ୍ୟକୁ ଆସ ତୁହି।

ଯେମନ୍ତ ଏ ନାରୀ ଆମ୍ଭଙ୍କୁ

ଲଜ୍ଜିତ କଲା ସମସ୍ତିଙ୍କୁ।

ଏହାର କେଶ ଧରି ଆଣ

ବସ୍ତ୍ର ତୁ କର ହୋ ହରଣ।

କେ ରକ୍ଷା କରିବ ଏହାକୁ

ସର୍ତ୍ତେ ସେ ମିଳିଛି ଆମ୍ଭଙ୍କୁ।

ଏମନ୍ତେ ରାଜା ଆଜ୍ଞା ପାଇ

ଆନନ୍ଦେ ଦୁଃଶା ଯେ ଚଳଇ।।

ଘୋର ଅଟ୍ଟହାସ ସେ କରି

ପାନ୍ଚାଳୀ ବସ୍ତ୍ର ଭିଡିଧରି।

ପାଞ୍ଚାଳୀ ନିରୂପାୟ ହୋଇ

ଡାକଇ ସ୍ୱାମୀ ସ୍ୱାମୀ କହି।

ପାଣ୍ଡବେ ନତ ମୁଖ ହୋଇ

ନିରବେ ସର୍ବ ଦେଖୁଥାଇ।

ପାଞ୍ଚାଳୀ ଆକୁଳେ କାନ୍ଦୁଛି

କିଲାଭ ପାଞ୍ଚ ପତି ବଂଚି।

ଭୀମ ଅର୍ଜୁନ ମହାରଥୀ

ଆକୁଳେ ମଥା ପୋତିଛନ୍ତି।

ଉପାୟ ନପାଇ ସେ ବାଳା

ଶ୍ରୀହରି ନମ ଜପ କଲା।

ହେ କୃଷ୍ଣ! ନନ୍ଦ ବସୁଦେବ

ମୋତେ ଉଦ୍ଧର ରାଧାଧବ।

ପାଷାଣ କରିଛୁତୁ ନାରୀ

କୁବୁଜା ତୋ ହେତୁ ସୁନ୍ଦରୀ।

ଧର୍ମ ରକ୍ଷାର୍ଥେ ତୁହି ଜାତ

ଅନ୍ୟାୟ ନଦେଖୁ କେବେ ତ।

କୈ।ରବେ ସଭା ମଧ୍ୟେ ମୋତେ

ନିବସ୍ତ୍ର କରନ୍ତି କେମନ୍ତେ।

ତୁ କି ନ ଜାଣୁ ନାଥ ଏହା

ତୋ ବିନା କେ ଅଛି ବା ସାହା।

ଶ୍ରୀହରି ଭକତ ବତ୍ସଳ

ଲଜ୍ଜାରୁ ମତେ ତୁ ଉଦ୍ଧର।

ଅନାଥ ନାଥ ଜଗନ୍ନାଥ

ଶୁଣିଲେ ଦ୍ରୈ।ପଦୀ ଆରତ।

ଅଦୃଶ୍ୟ ହୋଇ ବସ୍ତ୍ର ଦ୍ୟନ୍ତି

ଏକଥା କେହି ନ ଜାଣନ୍ତି।

ଏମନ୍ତେ ପାଞ୍ଚାଳୀ ମହତ 

ରଖିଲେ ଦେବକୀଙ୍କ ସୁତ।

ଦୟାସାଗର ନର ହରି

ରଖିଲେ ଦ୍ରୌପଦୀଙ୍କ ଶିରୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ